ପୂର୍ବ ଶତ୍ରୁତାକୁ ନେଇ ହତ୍ୟେ ମାମଲାରେ ୩ ଗିରଫ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ  ବେତାରସିଂ ଗ୍ରାମରେ ଅଶୋକ ବେହେର୍ଦ୍ଦଳାଇ ନାମକ ଜଣେ ବ୍ୟକ୍ତିଙ୍କୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆର୍ ଉଦୟଗିରି ପୁଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବେତାରସିଂ ଗ୍ରାମର ଶିବରାମ ବେହେର୍ଦ୍ଦଳାଇ, ଜୟରାମ ବଡରଇତ ଓ ଅଜିତ କୁମାର ବଡରଇତ | ୯ ତାରିଖ ରାତିରେ ବ୍ୟକ୍ତିଗତ କାରଣକୁ ନେଇ ଅଭିଯୁକ୍ତମାନେ ବାଡ଼ିରେ ପିଟି ପିଟି ତାଙ୍କୁ ହତ୍ୟା କରିଥିବାର ଜଣାପଡିଛି। ଏନେଇ ଶନିବାର ଦିନ ମୃତକଙ୍କ ଭାଇ ଭୀମସେନ ବେହେର୍ଦ୍ଦଳାଇ ଆର୍ ଉଦୟଗିରି ଉଦୟଗିରି ଥାନାରେ ଲିଖୂତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଆଧାର କରି ଆର୍ ଉଦୟଗିରି ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଅଶ୍ୱିନୀ କୁମାର ଭିତିରିଆ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ