ଅବସର କାଳୀନ ସମ୍ବର୍ଦ୍ଧନା ସଭା
ହାଟଡିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ କାହ୍ନୁଚରଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଅତୁଲ ଚରଣ ମହାନ୍ତି, ଜନ୍ତାଳପଦି ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶଙ୍କର୍ଷଣ ପାଲତାଙ୍କୁ ସଢ଼ା ସାଧନ କେନ୍ଦ୍ର ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ହରମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ହରିହର ପାଣିଗ୍ରାହୀ, ଚତୁର୍ଭୁଜ ପହି, ମୋହନ କୁମାର ମହାନ୍ତି, କୃଷ୍ଣଚନ୍ଦ୍ର ନାହକ, ସୁବାସ ଚନ୍ଦ୍ର ମଲ୍ଲିକ, ଶାନ୍ତନୁ କୁମାର ନାୟକ, ହରିହର ପଳତା, ନିର୍ମଳ କୁମାର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ କର୍ମମୟ ଜୀବନ ଉପରେ ଗୁଣଗାନ କରିବା ସହ ଅବସର ଜୀବନ ସୁଖ ଶାନ୍ତିରେ କଟୁବୋଲି ପ୍ରାର୍ଥନା କରିଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l