ଅବସରକାଳୀନ ସମ୍ବର୍ଦ୍ଧନା ସଭା
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ନୋଡାଲ ହାଇସ୍କୁଲ ପରିସରରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃଷ୍ଣ ପ୍ରସାଦ ଗୌଡ଼ ଓ ପିଅନ ମୁରଲୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ ମାଝୀଙ୍କ ସଭାପତିତ୍ୱ ଓ ଶିକ୍ଷୟତ୍ରୀ ନନ୍ଦିନୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଇଓ ଗଣେଶ ଶବର,ସମ୍ମାନିତ ଅତିଥିଭାବେ ପୂର୍ବତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ସାମଲ,ଜଗଦଳପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ସମୀରଞ୍ଜନ ସାହୁ,ସିଆରସିସି ବାଲାଜୀ ପଟ୍ଟନାୟକ, ଏସଏମସି ସଭାପତି ନନ୍ଦ କିଶୋର ପଟ୍ଟନାୟକ, ମୋସ୍କୁଲ ଅଭିଯାନ ସଭାପତି ପ୍ରଣବ ନିଶଙ୍କ,ଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ଶିକ୍ଷକ ଶ୍ରୀ ଗୌଡ଼ ଓ ପିଅନ ଶ୍ରୀ ସାହୁଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ପରେ ଅତିଥି ମାନେ ଚାକିରୀ କ୍ଷେତ୍ରରେ ବଦଳି ନିଶ୍ଚିତ ଏବଂ ଦିନେ ନା ଦିନେ ଅବସର ମଧ୍ୟ ବାଧ୍ୟତାମୂଳକ ସତ କିନ୍ତୁ ଦୀର୍ଘ ବର୍ଷ ଧରି ବିଦ୍ୟାଳୟରେ କାର୍ଯ୍ୟ କରିଥିବା ବେଳେ ଛାତ୍ରୀଛାତ୍ର ମାନଙ୍କ ଉପରେ ନିଜକୁ ଉଛର୍ଗୀକୃତ ଓ ସହ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କ ପ୍ରତି ରହିଥିବା ଆନ୍ତରିକତାକୁ ଛାଡି ଯିବାବେଳେ ବହୁତ ଦୁଃଖ ଲାଗେ ବୋଲି ପ୍ରକାଶ କରିଥିଲେ l ସେହିପରି ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଶ୍ରୀ ଗୌଡ଼ ଓ ପିଅନ ଶ୍ରୀ ସାହୁ ଜଣେ ଶାନ୍ତ,ସରଳ ଓ ମିଃଷ୍ଟିଭାଷୀ ଥିଲେ l ତାଙ୍କ ଠାରୁ ବହୁତ ଜ୍ଞାନ ଶିଖିଥିବା ପ୍ରକାଶ କରିଥିଲେ l ପରେ ସମସ୍ତ ଶିକ୍ଷୟତ୍ରୀ,ଶିକ୍ଷକ,ଛାତ୍ରୀଛାତ୍ର ଓ କର୍ମଚାରୀ ମାନେ ଅବସର ଗ୍ରହଣ କରିଥିବା ଦୁଇ ଜଣଙ୍କ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ l ଶେଷରେ ଅବସର ଗ୍ରହଣ କରିଥିବା ଦୁଇ ଜଣ ସମସ୍ତ ସାଥୀ ଶିକ୍ଷୟତ୍ରୀଶିକ୍ଷକଙ୍କୁ ଓ ଛାତ୍ରଛାତ୍ରୀ ମାନଙ୍କ ଠାରୁ ବିଦାୟ ନେବା ବହୁତ ଦୁଃଖ ଅନୁଭବ କରିବା ସହ ଚାକିରୀ ଜୀବନର ବିଭିନ୍ନ ଅଭୁଲା ସ୍ମୁର୍ତି ଗୁଡିକୁ ଭାବ ବିହୁଳ ହୋଇ ନିଜ ଅଭିଭାଷଣରେ କହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟତ୍ରୀ ଏମ.ସାଇଲଷ୍ମୀ,ସୁନିତା ପାଣି, ଶିକ୍ଷକ ଟଙ୍କଧର ମାଝୀ,ସୁମନ ଶବର,ଅନିଲ ଶବର,ଶିକ୍ଷୟତ୍ରୀ ମାଧୁରୀ ତ୍ରିପାଠୀ, ରଶ୍ମୀରାଣୀ ମହାପାତ୍ର,ଅନିତା ସ୍ୱାଇଁ,ଵାଣିଶ୍ରୀ ପଣ୍ଡା,ବିଜ୍ଞାନୀ ଗୌଡ଼,ରଶ୍ମିରାଣୀ ସେଠୀ, ଜ୍ୟୋତି ନାଗ, ଅଦିତି ଚୌଧୁରୀ,ଏଲ.ଗୀତା ପ୍ରମୁଖଙ୍କ ସମେତ ଅନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ,ଶେଷରେ ସ୍କୁଲର ଶିକ୍ଷକ ସୁମନ ଶବର ଧନ୍ୟବାଦ ଅର୍ପଣ କରିଥିଲେ,


