ପ୍ରଧାନ ଶିକ୍ଷୟିତ୍ରୀ କେତକୀ ଭୂୟାଁଙ୍କୁ ଅବସର ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ନୂଆପୋଖରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କେତକୀ ଭୂୟାଁଙ୍କୁ ଆଜି ଆବସର ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସଭାକୁ ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ରାମକୃଷ୍ଣ ପରମହଂସ ଓ ବିବେକାନନ୍ଦଙ୍କ ଭଳି ଆଦର୍ଶ ଶିଷ୍ୟ ତିଆରି କରି ପାରିଲେ ଶିକ୍ଷକତା ଜୀବନର ସାର୍ଥକତା ହେବା ସହ ସମାଜ ବଦଳିବ ବୋଲି କହିଥିଲେ । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶିକ୍ଷକତା ବୃତ୍ତିରେ ନିଷ୍ଠା ରଖି କାର୍ଯ୍ୟ କଲେ ଦେଶ ଆଗେଇବ ବୋଲି କହି କେତକୀ ଭୂୟାଁ ସେହିପରି ଜଣେ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ । ଡାଏଟ୍ ଅଧ୍ୟକ୍ଷ ଡ. କାର୍ତ୍ତିକେଶ୍ୱର ରାଉଳ ଶିକ୍ଷକ ସମାଜ ଏକତ୍ରିତ ହୋଇ କୋମଳମତି ପିଲା ମାନଙ୍କ ଶୈକ୍ଷିକ ବାତାବରଣକୁ ବ୍ୟବସ୍ଥିତ କରି ପାରିଲେ ଶୃଙ୍ଖଳିତ ସମାଜ ଗଠନ ହୋଇ ପାରିବ ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବନ୍ତ ଏବିଓ ହରେକୃଷ୍ଣ ଆପଟ୍ଟ, ଭାଗିରଥୀ ପାତ୍ର, ପ୍ରାକ୍ତନ ଏବିଓ ଚର୍ତୁଭୂଜ ପହି, ଅମୂଲ୍ୟ କୁମାର ମିଶ୍ର, ନିଗମାନନ୍ଦ ମିଶ୍ର, ଡାଏଟ ପ୍ରଶିକ୍ଷିକା ବିଜୟିନୀ ସ୍ୱାଇଁ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ସମାଜସେବୀ ପର୍ଶୁରାମ ପେଡା, ସିଆରସିସି ନିରଞ୍ଜନ ଖିଲାର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷକ ମୋହନ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ କେତକୀ ଭୂୟାଁଙ୍କୁ ବିଦ୍ୟାଳୟ,ତୋଫାବିବି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହକର୍ମୀ ମାନଙ୍କ ପକ୍ଷରୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋସ୍ନାରାଣୀ ଜେନା, ପଚାଂନନ ପୃଷ୍ଟି, ରେବତୀ ଦାସ, ଭାରତୀ ମିଶ୍ର,ଉମାମଣି ସିଂହ, ଶ୍ୱେତପଦ୍ମା ପାତ୍ର, ଅମରେନ୍ଦ୍ର ଦାସ, ପଙ୍କଜିନୀ ଶତପଥି ପ୍ରମୁଖ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀଙ୍କୁ କାନପୁର ସ୍ଥିତ ବାସ ଭବନରୁ ଶୋଭାଯାତ୍ରାରେ ଅଣାଯାଇ ନୂଆପୋଖରୀ ଗ୍ରାମ ପରିକ୍ରମା କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ତଥା ସମାଜସେବୀ ବିଜୟ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ସାମ୍ବାଦିକ ହେମନ୍ତ ସିଂହ, ବିଶ୍ୱରଞ୍ଜନ ପାଣିଗ୍ରାହୀ, ଦେବବ୍ରତ ଦାସ, ମଧୁସ୍ମିତା ଜେନା, ଏପି ରୋଜାଲିନ୍‌, ଅକ୍ଷୟ ମହାନ୍ତି, ପଦ୍ମନାଭ ସେଠୀ, ସବିତାରାଣିୀ ଜେନା,ଧରଣୀ ପୁହାଣ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ