ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାଧାକୃଷ୍ଣ ଜିଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନରସିଂହପୁର ର ସହକାରୀ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସାହୁଙ୍କୁ ଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଶିକ୍ଷାବିତ୍ ଘନଶ୍ୟାମ ଦାସଙ୍କ ସଭାପତିତ୍ୱରେ ବନ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୁକୀର୍ତ୍ତିର୍ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷକତା ଜୀବନରେ ଅବସର ନଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ୍ ତଥା ସୁ-ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ବାରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା ଅଗ୍ରଣୀ, ସେମାନେ ଯେପରି ଚାହିଁବେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରିବେ । ଅନ୍ୟତମ ଅତିଥି ଭାବେ ବନ୍ତ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହରକେୃଷ୍ଣ ଆପଟ୍ଟ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ପାତ୍ର,ପ୍ରମୋଦ କୁମାର ପଣ୍ଡା, ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଅଜୟ କୁମାର ପୃଷ୍ଟି, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଲେଙ୍କା, ପ୍ରଣୟ କୁମାର ସିଂହ, ଉପେନ୍ଦ୍ର ବିଶ୍ୱାଳ, ବନ୍ତ ସରପଞ୍ଚ ମାନସୀରାଣୀ ରାଉତ, ସମିତିସଭ୍ୟ ପରମେଶ୍ୱର ବାରିକ, ସାଧନ କେନ୍ଦ୍ର ସଂଯୋଜକ ଉତ୍ତମ କୁମାର ଦାସ, ପରିଚାଳନା କମିଟି ସଭାନେତ୍ରୀ ପୂଜାରାଣୀ ନାୟକ, ଲବଙ୍ଗଲତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ ସମାୟାନୁବର୍ତ୍ତିତା, ଛାତ୍ରବତ୍ସଳତା ଓ ସର୍ବୋପରି ଉତ୍ତମ ଶିକ୍ଷାଦାନ ଉପରେ ମତ ରଖିଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷକ ଶ୍ରୀ ସାହୁଙ୍କୁ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶିକ୍ଷକ ରମାକାନ୍ତ ଜେନାଙ୍କ ମଞ୍ଚ ପରିଚାଳନାରେ ସତ୍ୟ ସୁନ୍ଦର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ର ଶିବନାରାୟଣ ବିଶ୍ୱାଳ, ଦେବକାନ୍ତ ରାଉତ, ପ୍ରଫୁଲ୍ଲ ରାଉତ, ରଞ୍ଜନ ନାୟକ, ପଦ୍ମନାଭ କରଶର୍ମା, ହିମାଶୁଂ ରାଉତ, ସୋନୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।