ସମବାୟ କେନ୍ଦ୍ରବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) : ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଲିଃରେ କାର୍ଯ୍ୟରତ ଥିବା ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଓ କର୍ମତତ୍ପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ମଢେଇ ଓ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ସାସମଲ ନିଜ ନିଜ କର୍ମମୟ ଜୀବନରୁ ଅବସରଗ୍ରହଣ କରିସାରିଥିବା ବେଳେ ଏହି ଅବସରରେ ବୁଧବାର ଅପରାହ୍ନରେ ବ୍ୟାଙ୍କ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃ ପରିଚାଳନା ପରିଷଦର ସଭାପତି ମଙ୍ଗୁଳୁଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ କେନ୍ଦ୍ରବ୍ୟାଙ୍କର ବରିଷ୍ଠ ପଦାଧିକାରୀ ଶ୍ରୀମତୀ ମମତା ପରିଡା, ଶ୍ରୀମତୀ ଗୀତାଞ୍ଜଳୀ ବେହେରା, ଯୋଗେଶ୍ ଚନ୍ଦ୍ର ସାମନ୍ତରାୟ, ସୁଜାତା ତ୍ରିପାଠୀ, ସନୋଜ କୁମାର ବିଷୋୟୀ, ଶ୍ରୀକାନ୍ତ ଚରଣ ସ୍ୱାଇଁ, ସାର୍ଥକ ପାଢୀ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ମଢେଇ ଓ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ସାସମଲଙ୍କ ବ୍ୟାଙ୍କର ଉନ୍ନତି ଦିଗରେ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ସ୍ମୃତିଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ତାଙ୍କର ସୁସ୍ଥ ଓ ନିରାମୟ କାମନା କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ବିଦାୟୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ମଢେଇ ଓ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ସାସମଲଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର କର୍ମଚାରୀ ମମତା ପରିଡା, ଗୀତାଞ୍ଜଳୀ ବେହେରା, ସୁଜାତା ତ୍ରିପାଠୀ, ଚାନ୍ଦିନୀ ସ୍ୱାଇଁ, ସୁରଭିକା ପାତ୍ର, ରଶ୍ମିତା କୁମାରୀ ପଣ୍ଡା, ଶ୍ରୀକାନ୍ତ ଚରଣ ସ୍ୱାଇଁ, ଯୋଗେଶ୍ ଚନ୍ଦ୍ର ସାମନ୍ତରାୟ, ସାର୍ଥକ କୁମାର ପାଢୀ, ସନୋଜ କୁମାର ବିଷୋୟୀ, ସ୍ୱଂୟପ୍ରଭା ବାରିକ, ଚିନ୍ମୟୀ ମୁଦୁଲି, ସୋନାଲିଶା ଦାଶ, ରଂଜିତ୍ ବିଶ୍ୱାଳ, ଅବିନାଶ୍ ବିଶ୍ୱଜିତ୍, କେ.ବିଶ୍ୱଜିତ୍, ବିଜୟ କୁମାର ପଣ୍ଡା, ଛବିରାମ ଶବର, ଜନ୍ମେଜୟ ବାରିକ, ଆଶିଷ୍ କୁମାର ସାହୁ, ସବ୍ୟସାଚୀ ମଲ୍ଲ, ଭବାନୀ ଶଙ୍କର ଷଡଙ୍ଗୀ, ଶାସ୍ୱତ ଗୌଡ, ବିଶ୍ୱଜିତ୍ ପଣ୍ଡା, ଶ୍ୱେତପ୍ରଭା ଜେନା, ଭାଗ୍ୟଶ୍ରୀ ବେହେରା, ଲୋକନାଥ ପ୍ରଧାନ, ମୁରଲିଧର ସ୍ୱାଇଁ, ଅନନ୍ତ କୁମାର ପାତ୍ର, ତାରିଣୀ ପ୍ରଧାନ, ବସନ୍ତ କୁମାର ଭୂୟାଁ, ଜିତେନ୍ଦ୍ର କୁମାର ଗୌଡ, ଚନ୍ଦ୍ରଶେଖର ପାଣିଗ୍ରାହୀ, ନିଳାଞ୍ଚଳ ସୁବୁଦ୍ଧି, ରବିନ୍ଦ୍ର କୁମାର ଡାକୁଆ, ଆଦିତ୍ୟ ନାରାୟଣ ସ୍ୱାଇଁ, ଧନଲକ୍ଷ୍ମୀ ଆଲଟିଆ, ଭାବଗ୍ରାହୀ ଚୌଧୁରୀ, ସୁମନ୍ତ କୁମାର କର, ଶିବରାମ ବାରିକ, ଗୌରୀଶଙ୍କର ସାହୁ, ଗଣେଶ ପଣ୍ଡା, ଜଗନ୍ନାଥ ପାଢୀ, ବୁଲୁ ସ୍ୱାଇଁ, ନୀଳମାଧବ ମୁନିଙ୍କ ସମେତ ବହୁ କର୍ମଚାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ମଢେଇ ଓ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ସାସମଲ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଦେଇ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ଅକୁଣ୍ଠ ସହଯୋଗ ସବୁଦିନ ପାଇଁ ଚିର ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଃର ଅବସରପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ମଢେଇ ଓ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ସାସମଲଙ୍କୁ ବୁଧବାର ଅପରାହ୍ନରେ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଲିଃରେ ଗତ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଓ କର୍ମତତ୍ପର କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ରହି ନିରବିଚ୍ଛିନ ଭାବେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସିଥିବା ନାରାୟଣ ମଢେଇ ଓ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ସାସମଲଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।


