ବରିଷ୍ଠ କିରାଣି ଦିଲ୍ଲିପ ସାମଲଙ୍କୁ ଅବସର ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ): ଡେରାବିଶ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ କୁମାର ସାମଲଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପ୍ରାକ୍ତନ ବରିଷ୍ଠ ସହାୟକ ରାଜକିଶୋର ଲେଙ୍କାଙ୍କ ଅଧ୍ୟକ୍ଷତାରେ ବାଲିଆସ୍ଥିତ ସାବିତ୍ରୀ ଲେଙ୍କାଙ୍କ ବାସଭବନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କିରାଣି ଶ୍ରୀ ସାମଲ ପ୍ରଥମେ ରତ୍ନାକର ଉଚ୍ଚ ବିଦ୍ୟାଳୟରେ କିରାଣୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ପରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ,ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରି ବରିଷ୍ଠ ସହାୟକ ଭାବେ ପଦୋନ୍ନତି ପାଇ ଶେଷରେ ଡେରାବିଶ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଗଙ୍ଗାରାମପୁର ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ କବି ଏବଂ ସମ୍ମାନିତ ଅତିଥି ଭାବେ ଅମୀୟପାଳ ନିଗମ ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ମାନସ କୁମାର ମହାନ୍ତି ଯୋଗ ଦେଇଥିଲେ। ମହିମା ପ୍ରକାଶ ଭୂୟାଁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଧୀରେନ୍ଦ୍ର କୁମାର ବେହେରା, ପ୍ରଭାକର ବେହେରା, ବ୍ରହ୍ମାନନ୍ଦ ସ୍ୱାଇଁ, ଗଣେଶ ଚନ୍ଦ୍ର ରାଉତ, ନିରଞ୍ଜନ ସାହୁ, କିଶୋର କୁମାର ସାହୁ, ପ୍ରିୟରଞ୍ଜନ ବିଶ୍ୱାଳ, ସନ୍ଦୀପ କୁମାର ଲେଙ୍କା, ପ୍ରିୟଦର୍ଶିନୀ ବାରିକ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ଶ୍ରୀ ସାମଲଙ୍କ ନିଷ୍ଠାପର କର୍ମମୟ ଜୀବନର ଗୁଣଗାନ କରି ତାଙ୍କର ଅବଶିଷ୍ଟ ଜୀବନ ସୁଖମୟ ଓ ନିରାମୟ ହେଉ ବୋଲି ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଶେଷରେ ଅବସରପ୍ରାପ୍ତ ଏଷ୍ଟାବ୍ଲିସମେଣ୍ଟ ଅଫିସର ତପନ କୁମାର ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।


