ଶିକ୍ଷକଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ଶାଳନିଆଁ ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ରାହ୍ମଣୀକଳାର ସହକାରୀ ଶିକ୍ଷକ ରାଜକିଶୋର ସ୍ୱାଇଁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସାଧନ କେନ୍ଦ୍ର ସଂଯୋଜକ ଯତୀବ୍ରତ ସ୍ୱାଇଁଙ୍କ ଆବାହକତ୍ୱରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୋଦଣ୍ଡଧର ମହାନ୍ତି ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହି ମଣ୍ଡଳ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ସେଠୀ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଏ.ବି.ଇ.ଓ. ପୂର୍ଣ୍ଣଚନ୍ଦ୍ର ଯେନା, ହାଟଡିହି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ, ହାଟଡିହି ଶାଖାର ସଭାପତି ଶ୍ରୀକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଦୀପ କୁମାର ନାୟକ, ଏନ୍ପିଏସ୍ ପ୍ରାଥମିକ ଶିକ୍ଷକ ସଂଘ, ହାଟଡିହିର ଉପଦେଷ୍ଟା ସୁରେନ୍ଦ୍ର କୁମାର ରାଉତ, ପ୍ରଫୁଲ୍ଲ କୁମାର ମଣ୍ଡଳ, ନସିରପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରି ତାଙ୍କର କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ସହିତ ଛାତ୍ରବତ୍ସଳତା ସର୍ବୋପରି ଶିକ୍ଷକ ସଂଗଠନର ଜଣେ ନିଷ୍ଠାବାନ ବ୍ୟକ୍ତି ଭାବେ ଅଭିହିତ କରିଥିଲେ। ପରେ ତାଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଓ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ହାଟଡିହି ତରଫରୁ ଉପଢ଼ୌକନ , ଉପାୟନ ,ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟତ୍ରୀ ବନଲତା ପାତ୍ର ଅତିଥିମାନଙ୍କର ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲଷ୍ଟର ଅଧିନସ୍ଥ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କ ମଧ୍ୟରୁ ବାଣୀ ବନ୍ଧନା ପଟ୍ଟନାୟକ, ନିତ୍ୟାନନ୍ଦ ଘଡ଼ାଇ, ବିରଞ୍ଚିନାରାୟଣ ମହାପାତ୍ର, ସୁଦୀପ୍ତ ଯେନା , କୃଷ୍ଣଚନ୍ଦ୍ର ସାହୁ, ସୀତଲତା ପାତ୍ର, ବିଳାସିନୀ ଖୁଣ୍ଟିଆ, ପ୍ରକାଶ କୁମାର ଦାସ, ସୁଚିତ୍ରା ମହାନ୍ତି, ମନସ୍ୱିନୀ ବାରିକ, ଶାଳନିଆଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


