ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ବେତନଟୀ ( ଉଦିତ କୁମାର ପରିଡା ): ସମାଜରେ ଶିକ୍ଷକ ମାନଙ୍କ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ଶନିବାର ଏହି ବ୍ଲକ ଅନ୍ତର୍ଗତ ମହୁଲିଆ ଉ:ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ରୁଦ୍ରପ୍ରସାଦ ନାୟକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାନୁ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅବସରକାଳୀନ ସଭାରେ ବେତନଟୀ ବିଇଓ ବିପ୍ଲବ କୁମାର କର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିକ୍ଷକଙ୍କ ସମସ୍ୟା ଓ ସମାଧାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଏବିଇଓ ରମାକାନ୍ତ ମହାନ୍ତ, ସମ୍ମାନିତ ବକ୍ତାଭାବେ ବେତନଟୀ ସରପଞ୍ଚ ପାନମଣି ମୁର୍ମୁ, ସମ୍ମାନିତ ଅତିଥି ରୂପେ ଆମ୍ଭେ-୮୩ର ସଭାପତି ସତୀଶ କୁମାର ସାହୁ ଯୋଗଦାନ କରିଥିଲେ । ସଭାରେ ବକ୍ତାଭାବେ ମହୁଲିଆ ଗ୍ରାମର ଦୈତ୍ୟାରୀ ମହାନ୍ତ, ମଦନ ମହାନ୍ତ, ଭକ୍ତ ହରି ମୁର୍ମୁ, ଉମାକାନ୍ତ ମହାନ୍ତ, ଅନ୍ନଦା ମହାନ୍ତ, ଉତ୍ତମ କୁମାର ମହାନ୍ତ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମ୍ବନ୍ଧରେ କହିଥିଲେ । ମଞ୍ଚ ପରିଚାଳନା କରିଥିଲେ ଆମ୍ଭେ-୮୩ ସଦସ୍ୟ ନରହରି ମହାନ୍ତ ଓ ସଂପାଦକ ସଂଜୟ କୁମାର ଭୂୟାଁ I ଆରମ୍ଭରେ ଶିକ୍ଷକ ଶ୍ୟାମ ପ୍ରସାଦ ମଢ଼ୁଆଳ ଅତିଥି ପରିଚୟ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାରେ ମୁଖ୍ୟଅତିଥି ଶ୍ରୀଯୁକ୍ତ କର ବିଦାୟୀ ପ୍ରଧାନଶିକ୍ଷକ ରୁଦ୍ରପ୍ରସାଦ ନାୟକଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ପର୍ଦ୍ଧିତ କରିଥିଲେ । ମାନପତ୍ର ପାଠ କରିଥିଲେ ଆମ୍ଭେ-୮୩ର ଉପସଭାପତି ତଥା ବେତନଟୀ ବ୍ଲକ ଓଷ୍ଟା ସଂପାଦକ ସୂର୍ଯ୍ୟାନନ୍ଦ ନାୟକ । ସମ୍ବର୍ଦ୍ଧନାର ଉତ୍ତର ରୁଦ୍ରପ୍ରସାଦ ନାୟକ ଦୀର୍ଘ ୩୨ ବର୍ଷର କର୍ମମୟ ଜୀବନ ସଂପର୍କରେ କହିଥିଲେ । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମ ସୁନ୍ଦର ଗନ୍ତାୟତ ଧନ୍ୟବାଦଅର୍ପଣକରିଥିଲେ। ଆମ୍ଭେ-୮୩ର ସଦସ୍ୟ ସୁକାନ୍ତ କୁମାର ବେହେରା, କ୍ଷେତ୍ରମୋହନ ବେହେରା, ମନୋରଞ୍ଜନ ସାହୁ, ଶିକ୍ଷୟିତ୍ରୀ ସାଗରିକା ମହାପାତ୍ର, ଭାରତୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।