ବରିଷ୍ଠ କିରାଣୀ ସୁକାନ୍ତ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ମଣ୍ଡଳ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସୁକାନ୍ତ କୁମାର ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଶିକ୍ଷାଧିକାରୀ ବିଶ୍ୱମ୍ବର ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏରସମାର ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ଭାବଗ୍ରାହି ଭୋଳ, ବିଜୟ କୁମାର ସ୍ୱାଇଁ, ନାଉଗାଁ ପୂର୍ବତନ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ବାମଦେବ ସ୍ୱାଇଁ,ସିଆରସିସି ଅକ୍ଷୟ କୁମାର ରାଉତ,କାଶୀନାଥ ବେହେରା, ପିତାମ୍ବର ପରିଡା, ସରୋଜିନୀ ସାହୁ, ଶିକ୍ଷକ ଶାରଦା ପ୍ରସନ୍ନ ଓଝା, ସିତାନାଥ ଆଚାର୍ଯ୍ୟ, ଆଶୁତୋଷ ପାଢୀ, ଅଶୋକ କୁମାର ଦାସ, ରଶ୍ମୀରଂଜନ ମଲ୍ଲିକ, ସୁଧୀର କୁମାର ବିଶ୍ୱାଳ, ନରେଶ ଚନ୍ଦ୍ର ସାହୁ, ଚିନ୍ତାମଣୀ ରାଉଳ, ତପନ କୁମାର ପ୍ରଧାନ,ସହଦେବ ସେଠୀଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଶ୍ରୀ ସାହୁଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ଏବଂ ବିଭିନ୍ନ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଶୁଭକାମନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟାଳୟର ଆକାଉଂଟାଟ ଅମୀୟ ରଂଜନ ସାହୁ,ରାକେଶ ଜେନା,ରମାକାନ୍ତ ନାଥ,ସୋଫିନା ଜେନା, ରୋଜାଲିନ ସାସମଲ,ରୋଜାଲିନ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ