ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସ୍ଥିତ ଘୋଡାହାଡ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ .ଏ ଗୋପାଳ ରାଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଦୀର୍ଘ ୫ ବର୍ଷ ଧରି ଦିଗପହଣ୍ଡି ଘୋଡାହଡ ଜଳସେଚନ ପ୍ରକଳ୍ପ ର ବହୁ ଉନ୍ନତିମୂଳକ କାର୍ଯ୍ୟ କରି ପ୍ରକଳ୍ପ କୁ ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ପୂର୍ବକ ରାଜ୍ୟ ସ୍ତରରେ ପୁରସ୍କାର ହାସଲ କରି ସେ ଗୌରବ ଅର୍ଜନ କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଅବସର ପରେ ତାଙ୍କ ସ୍ଥାନରେ ପଦୋନ୍ନତି ପାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ  ଇଂ. ନିରଞ୍ଜନ ସାହୁଙ୍କୁ ନୂତନ ଭାବେ ଏହି ଜଳସେଚନ ପ୍ରକଳ୍ପର  ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. କିଶୋର ଚନ୍ଦ୍ର ପାତ୍ର ,  ଇଂ. କ୍ଷୀରୋଦ ବେହେରା , ଦେବରାଜ ଗୌଡ଼ , କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି , ଘୋଡ଼ାହାଡ଼   ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର , ସମ୍ପାଦକ କୀର୍ତ୍ତିଚନ୍ଦ୍ର ଗୌଡ଼ , ସ୍ବତନ୍ତ୍ର ଠିକାଦାର ସରୋଜ ପାତ୍ର ,  ଉମାକାନ୍ତ ସାହୁ, ପଦ୍ମନାଭ ମହାରଣା , ଭି. କାମ ରାଜୁ  , କାଳୀଚରଣ ରାଉଳ , ପବିତ୍ର ପାଣିଗ୍ରାହୀ,ମହେନ୍ଦ୍ର ପାଢୀ ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ