ସମବାୟ ଚିନିଶିଳ୍ପର କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) ଆସିକା ସମବାୟ ଚିନିଶିଳ୍ପର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ୧୧ ଜଣ କର୍ମଚାରୀଙ୍କୁ ଶନିବାର ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ୧୧ ଜଣ କର୍ମଚାରୀ ଶନିବାର ନିଜ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ଏହି ଅବସରରେ ଆଜି ଅପରାହ୍ନରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା କର୍ମଚାରୀ ଚନ୍ଦ୍ରଶେଖର ସ୍ୱାଇଁ, ପଦ୍ମଚରଣ ବେହେରା, ବିପ୍ରଚରଣ ଗୌଡ, ପ୍ରକାଶଚନ୍ଦ୍ର କାମ୍ପ, ଲଡୁ ନାଇକ, ପ୍ରତାପ କୁମାର ରାଉତ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, କମ୍ବୁଚରଣ ବେହେରା, ଏମ୍.ସୁବାସ ଚନ୍ଦ୍ର ରେଡି, ପି.ଯୁଧିଷ୍ଟିର ପାତ୍ର, ନୀଳ ପ୍ରଧାନଙ୍କୁ ଏହି ଅବସରରେ ମୁଖ୍ୟ ଫାଟକ ନିକଟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଆସିକା ସମବାୟ ଚିନିଶିଳ୍ପର ସଭାପତି ରବିନ୍ଦ୍ର ପଣ୍ଡା, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ ପ୍ରମୁଖ ଏହି ବିଦାୟକାଳନୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ଆଲୋକପାତ କରି ତାଙ୍କର କାର୍ଯ୍ୟ କୁଶଳତା, ବ୍ୟବହାର, ନିଷ୍ଠାପର, କର୍ତ୍ତବ୍ୟ, ଦାୟିତ୍ୱବୋଧ ଭୂମିକା, କର୍ମଚାରୀ ଓ ସହକର୍ମୀମାନଙ୍କ ସହ ସୁସଂପର୍କ ଉପରେ ସ୍ମୃତିଚାରଣ କରିବା ସାଙ୍ଗକୁ ସେମାନଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖ, ଶାନ୍ତି, ଆନନ୍ଦମୟ, ନିରୋଗ ତଥା ଉଜ୍ଜ୍ୱଳମୟ ହେଉ ବୋଲି ଭଗବାନଙ୍କ ନିକଟରେ କାମନା କରିଥିଲେ । ଏହି ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିନିଶିଳ୍ପର କର୍ମଚାରୀ ଏମ୍.ରାମବାବୁ ଦୋରା, ବାଇଧର ନାହାକ, ଇଂ ଅରୁଣ କୁମାର ପାତ୍ର, ଦାମୋଦର ସିୟ, ରାମ ପ୍ରସାଦ ଶତପଥୀ, ଜଗନ୍ନାଥ ପଟ୍ଟନାୟକ, ପ୍ରଶାନ୍ତ କୁମାର କର, କୈଳାଶ ଚନ୍ଦ୍ର ପଟ୍ଟନାୟକ, ଦିଲୀପ କୁମାର ଗୌଡ, ଅନିଲ୍ କୁମାର ଦାଶଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।