ପ୍ରଧାନ ଶିକ୍ଷୟିତ୍ରୀ କେତକୀ ଭୂୟାଁଙ୍କୁ ଅବସରକାଳୀନ ଭବ୍ୟ ସମ୍ବର୍ଦ୍ଧନା

ହାଟଡିହି ,(ଓ୍ବାଇଏନଏସ): ହାଟଡିହି ବ୍ଲକ କାନପୁର ଗ୍ରାମର ଆଦର୍ଶ ପ୍ରଧାନ ଶିକ୍ଷୟତ୍ରୀ କେତକୀ ଭୂୟାଁଙ୍କୁ ଆଜି ଆବସର ସମ୍ବର୍ଦ୍ଧନା ଦିଆଯାଇଛି। ନିକଟସ୍ଥ ନୂଆପୋଖରୀ ସ୍କୁଲ ପରିସରରେ ବିଶିଷ୍ଟ ନାଟ୍ୟକାରି ଡ. ସୁଧାଂଶୁ ଶେଖର ନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ  ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ,  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖ ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀ କେତକୀ ଭୂୟାଁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସଙ୍କ ଭଳି ଶିଷ୍ୟ କରିପାରିଲେ ଶିକ୍ଷକ ଜୀବନର ସାର୍ଥକତା ମିଳିଥାଏ ବୋଲି ମତ ଦେଇଥିଲେ। ଡାଏଟ ର ଅଧ୍ୟକ୍ଷ ଡ଼.କାର୍ତ୍ତିକେଶ୍ୱର ରାଉଳ ଯୋଗଦେଇ ଶିକ୍ଷକ ସମାଜ ଏକତ୍ରିତ ହୋଇ କୋମଳମତି ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବାତାବରଣକୁ ବ୍ୟବସ୍ଥିତ କରି ପାରିଲେ ଶୃଙ୍ଖଳିତ ସମାଜ ଗଠିତ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ହରେକୃଷ୍ଣ ଆପଟ୍ଟ, ଭାଗିରଥି ପାତ୍ର, ପୂର୍ବତନ ଏବିଇଓ ଚତୁର୍ଭୁଜ ପହି, ଅମୁଲ୍ୟ କୁମାର ମିଶ୍ର, ନିଗମାନନ୍ଦ ମିଶ୍ର, ଡାଏଟ ର ପ୍ରଶିକ୍ଷିକା ବିଜୟିନୀ ସ୍ଵାଇଁ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ସମାଜସେବୀ ପର୍ଶୁରାମ ପେଡା, ସିଆରସିସି ନିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟତ୍ରୀଙ୍କ ଜୀବନାଦର୍ଶ ଉପରେ ମତ ରଖିବା ସହ ଏହି ବିଦ୍ୟାଳୟରେ କିପରି ଦୀର୍ଘ ୩୭ବର୍ଷ ଶିକ୍ଷାଦାନ କରି ଗ୍ରାମବାସୀ ତଥା ଛାତ୍ରଛାତ୍ରୀଙ୍କ ନିକଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ତାହା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆଞ୍ଚଳିକ ସାଧାନକେନ୍ଦ୍ରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ  ମାନଙ୍କ ପକ୍ଷରୁ ବିଦାୟୀ ଶିକ୍ଷୟତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ଶିକ୍ଷକ ମୋହନ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋସ୍ନାରାଣୀ ଜେନା, ପଞ୍ଚାନନ ପୃଷ୍ଟି, ରେବତୀ ଦାସ, ଭାରତୀ ମିଶ୍ର,ଉମାମଣି ସିଂହ, ଶ୍ଵେତପଦ୍ମା ପାତ୍ର, ଅମରେନ୍ଦ୍ର ଦାସ, ପଙ୍କଜିନୀ ଶତପଥି ପ୍ରମୁଖ ବିଦାୟୀ ଶିକ୍ଷୟତ୍ରୀଙ୍କୁ କାନପୁର ସ୍ଥିତ ବାସ ଭବନରୁ ଶୋଭାଯାତ୍ରାରେ ଆଣି ଗ୍ରାମ ପରିକ୍ରମା କରାଇବା ସହିତ ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ। ବିଶ୍ବରଞ୍ଜନ ପାଣିଗ୍ରାହୀ, ହେମନ୍ତ ସିଂହ, ଦେବବ୍ରତ ଦାସ, ମଧୁସ୍ମିତା ଜେନା, ଏ.ପି ରୋଜାଲିନ, ଧରଣୀ ପୁହାଣ, ଅକ୍ଷୟ ମହାନ୍ତି, ପଦ୍ମନାଭ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ