ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକସ୍ଥିତ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି ଆଜି ଚାକିରୀ ଜୀବନରୁ ଅବସର ନେଇଥିବା ବେଳେ ତାଙ୍କୁ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବସନ୍ତିଆ ପଞ୍ଚାୟତ କଟିଣାସ୍ଥିତ ବିଷ୍ଣୁ ମୋହନ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ, ସହକାରୀ ଶିକ୍ଷକ ପ୍ରଭାତ କୁମାର ପୁହାଣ, ଉମେଶ ଚନ୍ଦ୍ର ସାହୁ, ପଣ୍ଡିତ ଅନାମ ଚରଣ ପାତ୍ର ପ୍ରମୁଖ ଅବସର ନେଇଥିବା ଭାରପ୍ରାପ୍ତ ପ୍ରଧାନ ପଣ୍ଡିତଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳୀ ରାଉତ ଅବସରପ୍ରାପ୍ତ ପ୍ରଧାନ ପଣ୍ଡିତଙ୍କ ଠାରୁ ବିଦ୍ୟାଳୟର ଦାୟୀତ୍ୱ ଗ୍ରହଣ କରିବା ସହ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର କର୍ମଚାରୀ ପରୀକ୍ଷିତ ନାୟକ ସହଯୋଗ କରିଥିଲେ । ପ୍ରକାଶ ଥାଉକି, ଶ୍ରୀ ସେନାପତି ଗତ ୧୯୮୮ ମସିହା ଫେବୃଆରୀ ୪ରୁ ଏହି ବିଦ୍ୟାଳୟରେ ଚାକିରୀ ଜୀବନ ଆରମ୍ଭ କରି ଦୀର୍ଘ ୩୮ବର୍ଷ ଧରି ନିଜର କର୍ମମୟ ଜୀବନ ବିତାଇବା ପରେ ଆଜି ଚାକିରୀ ଜୀବନରୁ ଅବସର ନେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ