ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା)-: ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ସେନାପତି ସରକାରୀ କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି। ଏଥିପାଇଁ ତାଙ୍କ ସମ୍ମାନାର୍ଥେ ବୁଧବାର ପୂର୍ବାହ୍ନରେ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ସୁଶୀଲ କୁମର ବ୍ରହ୍ମା , ମୁଖ୍ୟବକ୍ତା ଭାବେ ମଣ୍ଡଳ ଶିକ୍ଷାଅଧିକାରୀ ପ୍ରମୋଦ କୁମାର କର , ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାକାରୀ ହିମାଂଶୁ ଭୂଷଣ ସମରଥ , ବିଶିଷ୍ଟ ଅତିଥି ଭାବେ ବେଦପୁର ସରପଞ୍ଚ ଜୟନ୍ତୀ ଜେନା , ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘ ଉପ-ସଭାପତି ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷା ଦାନ ସହ ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଭାବେ ଗଢି ତୋଳିବା ଓ ବିଦ୍ୟାଳୟରେ ଶୈଖିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ସେନାପତିଙ୍କ ଅବଦାନ ଅତ୍ୟନ୍ତ ଅତୁଳନୀୟ ଓ ଆଦର୍ଶ। ତାଙ୍କର ଅବସର ଶିକ୍ଷା ପାଇଁ ଅପୂରଣୀୟ କ୍ଷତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ କୁନା କୁନି ଛାତ୍ର ଛାତ୍ରୀ ମାନେ ଗୁରୁଜୀଙ୍କ ଆଦର୍ଶ କଥାକୁ ମନେ ପକାଇ ଭାବ ବିହ୍ବଳ ହୋଈ ପଡ଼ିଥିଲେ। ଯାହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଗୋପ ଶିକ୍ଷକ ସମନ୍ୱୟ ସମିତି ର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା  ବେଳେ କାର୍ଯ୍ୟକ୍ରମ ପରଚଳନା ରେ ସନ୍ତୋଷ କୁମାର ବିଶ୍ବାଳ, ସୁରଜିତ ସାହୁ , ଦିବାକର ପରିଡା, ବିଶ୍ୱରଂଜନ ମିଶ୍ର , ଅଜୟ ରଥ , ସୁବାସିନୀ ମିଶ୍ର ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ