ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା (ୱାଇଏନ୍ଏସ୍) :ଆସିକା ବ୍ଳକ ଅଧିନସ୍ଥ ଗହଙ୍ଗୁ ଗ୍ରାମ ପଂଚାୟତର ଗହଙ୍ଗୁ ଗ୍ରାମର ପଞ୍ଚାୟତ ହନୁମାନ ବିଦ୍ୟାପୀଠର ଆଦର୍ଶ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପରିଡା ସୋମବାର ନିଜ ନିଜ କର୍ମମୟ ଜୀବନରୁ ଅବସରଗ୍ରହଣ କରିସାରିଥିବା ବେଳେ ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ଗହଙ୍ଗୁ ହନୁମାନ ବିଦ୍ୟାପୀଠର ନୂତନ ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ସିୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ନାୟକ, ଶରତ ଚନ୍ଦ୍ର ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ଗୌଡ, ଜଳେନ୍ଦ୍ର ବାଡତ୍ୟା, ଗୋପାଳକୃଷ୍ଣ ପଣ୍ଡା, ଗହଙ୍ଗୁ ଭୀମସେନ ହାଇସ୍କୁଲର ପ୍ରଧାନଶିକ୍ଷକ ବାଳକୃଷ୍ଣ ହୋତା, ହନୁମାନ ବିଦ୍ୟାପୀଠ ପରିଚାଳନା କମିଟିର ପୂର୍ବତନ ସଂପାଦକ ଭଗବାନ ମହାନ୍ତି, ପାଣ୍ଡିଆପଥର ସ୍ଥିତ ଖାରି ବାବାଜୀଦୋରା ହାଇସ୍କୁଲର ପ୍ରଧାନଶିକ୍ଷକ ରାମକୃôଷ୍ଣ ପଣ୍ଡା, ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ମଣ୍ଟାପଡା ସ୍ଥିତ ମା ରତ୍ନମାଳୀ ହାଇସ୍କୁଲର ପ୍ରଧାନଶିକ୍ଷକ ତାରାପ୍ରସାଦ ମିଶ୍ର, ଫାପଲପୁର ଗ୍ରାମ୍ୟ କମିଟି ସଭାପତି ଦେବରାଜ ସିୟ, ଗହଙ୍ଗୁ ଗ୍ରାମ୍ୟ କମିଟି ସଭାପତି ନିରଂଜନ ପ୍ରଧାନ, ଗହଙ୍ଗୁ ଗ୍ରାମ ପଂଚାୟତର ସରପଂଚ ମନୋଜ କୁମାର ପରିଡା ଓ ସମିତିସଭ୍ୟା ରୁନୁ ସାହୁ ପ୍ରମୁଖ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଛାତ୍ରବତ୍ସଳ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପରିଡାଙ୍କ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପରିଡାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗହଙ୍ଗୁ ସ୍ଥିତ ହନୁମାନ ବିଦ୍ୟାପୀଠର କର୍ମଚାରୀ ଦିବାକର ପରିଡା, ଭଗବାନ ପ୍ରଧାନ, ସୁବାସ ଚନ୍ଦ୍ର ପରିଡା, ବନମାଳୀ ନାୟକ, ସମାଜସେବୀ କବିରାଜ ପରିଡା, ରାଜେନ୍ଦ୍ର ବିଷୋୟୀ, ଭାସ୍କର ରାଉତ, ପ୍ରସନ୍ନ ମହାନ୍ତି, ସରୋଜ ପରିଡା, ମଙ୍ଗୁଳୁ ପରିଡାଙ୍କ ସମେତ ବହୁ ଶିକ୍ଷକ, ଗ୍ରାମବାସୀ, ସଚେତନ ନାଗରିକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପରିଡା ଏହି ଅବସରକାଳୀନ ସଭାରେ ଯୋଗଦେଇ ଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ଗହଙ୍ଗୁ ହନୁମାନ ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପରିଡାଙ୍କୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ବାଦ୍ୟବାଜଣାରେ ତାଳେତାଳେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଗହଙ୍ଗୁ ହନୁମାନ ବିଦ୍ୟାପୀଠରେ ଦୀର୍ଘ ୩୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବିଚ୍ଛିନ ଭାବେ ନିଷ୍ଠାର ସହ ଅଧ୍ୟାପନା କରି ଶହ ଶହ ମେଧାବୀ ଛାତ୍ରଙ୍କୁ ସୃଷ୍ଟି କରିବା ସହ ଉକ୍ତ ବିଦ୍ୟାଳୟକୁ ଅତୀତରେ ଏକ ଶ୍ରେଷ୍ଠ ବିଦ୍ୟାଳୟର ମାନ୍ୟତା ପ୍ରଦାନରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଦର୍ଶ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପରିଡାଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ୧୯୯୨ ମସିହାରେ ଗହଙ୍ଗୁ ସ୍ଥିତ ହନୁମାନ ବିଦ୍ୟାପୀଠରେ ଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘ ୩୩ ବର୍ଷ ଧରି ଦକ୍ଷତାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରିଆସିଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ପରିଡାଙ୍କ ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଝୁରି ହେଉଥିବା ଲକ୍ଷ୍ୟ କରାଯାଉଛି ।