ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଆଙ୍କୋରଡା କ୍ଳଷ୍ଟର କୁଶପଡା ପଞ୍ଚାୟତ ପତାଣ୍ଡ ଗ୍ରାମ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୀବନ ନନ୍ଦ ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁନୀତା ସାହୁଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ମୁଖ୍ୟ ଅତିଥି , ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବିପ୍ରଚରଣ ସେଠୀ , ସମିତି ସଭ୍ୟ ଏସ୍.ରିନା ଦୋରା , ନାଏବ ସରପଞ୍ଚ ଇ . ରାମହରି , ୱାର୍ଡ ସଭ୍ୟ ଇ. ପଞ୍ଚାନନ , ଏସ୍ . ଶ୍ରୀହରି , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବି. ନାରାୟଣ ଦୋରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଅତିଥିଙ୍କ ଦ୍ବାରା ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କ ଅବଶିଷ୍ଟ ଜୀବନ ସୁଖ ସମୃଦ୍ଧିରେ କଟିଯାଉ ବୋଲି ସମସ୍ତେ କାମନା କରିଥିଲେ । ସହକାରୀ ଶିକ୍ଷକ ସନାତନ ପଟ୍ଟନାୟକ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଜଣେ ଶାନ୍ତ , ସରଳ, ଅମାୟିକ ,ମେଳାପି ,ସମୟାନୁବର୍ତ୍ତି ଓ କର୍ତ୍ତବ୍ୟନିଷ୍ଠ ପ୍ରଧାନଶିକ୍ଷକ ଭାବେ ବିଦ୍ୟାଳୟକୁ ଦୀର୍ଘ ବର୍ଷ ଧରି ପରିଚାଳିତ କରି ଆସିଥିବା ପ୍ରଧାନଶିକ୍ଷକ ଙ୍କୁ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା ବୃନ୍ଦ , ଶିକ୍ଷୟତ୍ରୀ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରୀ ଛାତ୍ର ମାନଙ୍କ ଉପସ୍ଥିତିରେ ସଙ୍କୀର୍ତ୍ତନ ଶୋଭାଯାତ୍ରା କରାଯାଇ ଦିଗପହଣ୍ଡି ସ୍ଥିତ ବାସଭବନରେ ଛଡାଯାଇଥିଲା । ସମସ୍ତ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।