ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନାଉଗାଁ, (ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ସୁଧକଣ୍ଠି ହରେକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିନ୍ଦ୍ର କୁମାର ବିଶୋଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। । ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ସାହୁଙ୍କ ଅଧକ୍ଷତାରେ  ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା କାଞ୍ଚନ ପରିଦର୍ଶକ ତପନ କୁମାର ନନ୍ଦ, ପ୍ରାକ୍ତନ ଶିକ୍ଷକ ହରେକୃଷ୍ଣ ମହାନ୍ତି, ଶିକ୍ଷକ ସନ୍ତୋଷ କୁମାର ଦାସ , ସମୀର କୁମାର ଦାସ , ଶାରଦା ପ୍ରସନ୍ନ ଓଝା , ବିଶ୍ୱରଞ୍ଜନ ରାଉତ, କୁଣ୍ଡେଶ୍ୱର ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାଳତୀ ସେଠି, ଅକ୍ଷୟ କୁମାର ନାୟକ, ଚିନ୍ତାମଣି ରାଉଳ, ରଶ୍ମିରଞ୍ଜନ ମଲ୍ଲିକ, ହିମାଂଶୁ ଭୂଷଣ ବିଶ୍ୱାଳ, ପ୍ରତାପ ଚନ୍ଦ୍ର ବାରିକ, ରୀନା ପ୍ରଧାନ, ଅଜୟ କେତନ ସ୍ୱାଇଁ, ପ୍ରତାପ କିଶୋର ମିଶ୍ର , ପ୍ରଦ୍ୟୁମ୍ନ ସ୍ୱାଇଁ , ସୁଦେତ୍ସ୍ନା ରାୟ, ଜଲ୍ଲି ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଶ୍ରୀ ବିଶୋଇଙ୍କ ଅବସର ସମୟ ନିରାମୟ , ନିରୋଗ ଜୀବନ ଯାପନ କରନ୍ତୁ ବୋଲି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଥିଲେ | ଏହି କାର୍ଯ୍ୟକ୍ରମକୁ କମଳଲୋଚନ ଉଚ୍ଚ ବିଦ୍ୟାଳୟ, ହରେକୃଷ୍ଣ ଉଚ୍ଚ ବିଦ୍ୟାଳୟ, ସୁଦ୍ଧକଣ୍ଠି ପ୍ରାଥମିକ ବିଦ୍ୟାଳୟର ଶିକ୍ଷା କମିଟିର ସମସ୍ତ ସଦସ୍ୟଙ୍କ ସହିତ ଅଭିଭାବକ ଗ୍ରାମବାସୀ ଏବଂ ପୁରାତନ ଛାତ୍ରଛାତ୍ରୀ  ପରିଚାଳନା କରିଥିଲେ  |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ