ଆବୁଲୁପୁରା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ଭବ୍ୟ ସମ୍ୱର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ହଟଡିହି ବ୍ଲକ ଅଧୀନ ସୁଲଣ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳ ବିଦ୍ୟାଳୟ ଅବୁଲୁପୁରାର ପ୍ରଧାନ ଶିକ୍ଷକ ମନୋରଞ୍ଜନ ରାଉତଙ୍କୁ ଅବସରକାଳୀନ ଭବ୍ୟ ସମ୍ବଦ୍ଧନା ଦିଆ ଯାଇଛି । ବୁଧବାର ପୂର୍ବାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଦ୍ୟାଳୟ ପରିଚାଳନା ପରିଷଦର ସଭ୍ଯ / ସଭ୍ୟା, ଗ୍ରମବାସୀ ଓ ମୁଗୁପୁର ସାଧନ କେନ୍ଦ୍ର ଅନ୍ତର୍ଗତ ବିଦ୍ୟାଳୟ ସମୂହର ଶିକ୍ଷକ ଶିକ୍ଷୟତ୍ରୀ ଗଣ ପ୍ରଧାନଶିକ୍ଷକଙ୍କୁ ତାଙ୍କ ବାସଭବନରୁ ଏକ ବିରାଟ ପଟୁଆରରେ  ସଭାମଞ୍ଚକୁ ପାଛୋଟି ନେଇଥିଲେ । ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ସଭାରେ ନିଖିଳ  ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ହାଟଡିହି ଶାଖାର ସଭାପତି ଶ୍ରୀକାନ୍ତ ବିଶ୍ଵାଳ ସାଭାପତିତ୍ବ କରି ପ୍ରଧାନଶିକ୍ଷକଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ  ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସ୍ବତନ୍ତ୍ର ଅତିଥ୍ ଭାବେ ପଞ୍ଚାୟତ ସ ସମିତି ଅଧ୍ଯକ୍ଷା ସାବିତ୍ରୀ ସେଠୀ, ମୁଖ୍ୟବକ୍ତା ଭାବେ ମଣ୍ଡଳ ଶିକ୍ଷାକାରୀ ରାଜୀବ ଦଳେଇ,  ସମ୍ମାନିତ ଅତିଭାବେ ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପ୍ରାକ୍ତନ ବି.ଇ.ଓ. ଧନେଶ୍ବର ଖଣ୍ଡେଇ ଭାରପ୍ରାପ୍ତ ଏ.ବି.ଇ.ଓ ପୂର୍ଣଚନ୍ଦ୍ର ଜେନା, ୩୭ ନମ୍ବର ଜୋନର ଜିଲ୍ଲା ପରିଷଦ  ସଦସ୍ଯ ବିମ୍ବାଧର ବିଶ୍ୱାଳ, ୩୬ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ସରପଞ୍ଚ ମନିଷାରାଣୀ ସା, ସମିତି ସଭ୍ୟ ଧୀରେନ୍ଦ୍ର କୁମାର ଜେନା, ସାଧନ କେନ୍ଦ୍ର ସଂଯୋଜକ ଆକାଶ କୁମାର ସାହୁ ଓ ପ୍ରଧାନଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଦୀପ କୁମାର ନାୟକ ଓ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ  ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ମନୋରଞ୍ଜନ ରାଉତଙ୍କ ଜୀବନଶୈଳୀ, ନମ୍ରତା, କର୍ତବ୍ୟପରାୟଣତା ଓ ସମସ୍ତଙ୍କ ପ୍ରତି ସମଦର୍ଶୀଭାବ ସମ୍ପର୍କରେ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା ପରିଷଦର ସଭ୍ୟସଭ୍ୟା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ପୃଥକ ପୃଥକ ଭାବେ ପ୍ରଧାନଶିକ୍ଷକ ମନୋରଞ୍ଜନ ରାଉତଙ୍କୁ ଉପାୟନ,ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଉତ୍ସସ୍ବିତ  ବିଦାୟ ସମ୍ବର୍ଦ୍ଧନା ଦିଅଯାଇଥିଲା । ଶିକ୍ଷୟତ୍ରୀ ବନାଲତା ପାତ୍ର ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବନମାଳୀ ରାଉତ,ହରମୋହନ ମଲ୍ଲିକ, ଖଗେଶ୍ବର ସାହୁ, ପ୍ରଫୁଲ୍ଲ ସାହୁ, ଶିଶିର ସାହୁ,ବନିତା ସାହୁ, ନିରୂପମା ସାହୁ, ସିତାରାଣୀ ଦାସ, ଅହଲ୍ୟା ରାଉତ, ମହେନ୍ଦ୍ର ସାନ୍ତରା, କୁମୁଦିନୀ ଦାସ, କେଶବ ଚନ୍ଦ୍ର ପଣ୍ଡା ଓ ଅଭୟାନନ୍ଦ ବେହେରା ପ୍ରମୁଖ ସମ୍ୱର୍ଦ୍ଧନା ଉତ୍ସବ ପରିଚାଳନା କରିଥିଲେ । ଶେଷରେ ଗ୍ରାମବାସୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ଭାବପୂର୍ଣ୍ଣ ବିଦାୟଭାଷଣ ସହିତ ଶିକ୍ଷକ ପ୍ରଶାନ୍ତ କର ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ