ସହକାରୀ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ଗଡଚଣ୍ଡୀ ସରକାରୀ ଉପ୍ରା ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ମନୋରମା ମହାନ୍ତିଙ୍କ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ମାନୀତ ଅତିଥି ଭାବେ ବ୍ଲକ ଏନ୍‌.ପି.ଏସ ଶିକ୍ଷକ ସଂଘର ପୂର୍ବତନ ସଭାପତି ସନାତନ ଦାସ, ସଂଘର ପୂର୍ବତନ ସମ୍ପାଦକ ନରେନ୍ଦ୍ର କୁମାର ସାହୁ, ସଂଘର ଉପଦେଷ୍ଟା ଅନିରୁଦ୍ଧ ମଙ୍ଗଳ, ମେନକାରାଣୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀଲିପ କୁମାର ଜେନା ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ସହକାରୀ ଶିକ୍ଷକ ସୁକାନ୍ତ କୁମାର ବେହେରା ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଏବଂ ଶିକ୍ଷକ ଗଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏସ.ଏମ୍‌.ସି ସଭାପତି ସନ୍ତୋଷ କୁମାର ରାଉତ, ସଭ୍ୟ ଅକ୍ଷୟ କୁମାର ସ୍ୱାଇଁ, ଯୋଗେନ୍ଦ୍ର ସେଠୀ, ବ୍ୟାସଦେବ ରାଉତ, ଗୋବିନ୍ଦ ରାଜଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ