ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଆସିକା  (ୱାଇଏନ୍‍ଏସ୍‍): ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ବାବନପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଛାତ୍ରବତ୍ସଳ ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡା ନିଜ ନିଜ କର୍ମମୟ ଜୀବନରୁ ଅବସରଗ୍ରହଣ କରିସାରିଥିବା ବେଳେ ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ଶୁକ୍ରବାର ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି। ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମଚରଣ ସେଠୀଙ୍କ ସଂଯୋଜନା ଓ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାପତି ଧନୁର୍ଧର ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ବାବନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସଂଜୟ କୁମାର ନାୟକ, ପୂର୍ବତନ ସରପଞ୍ଚ ଅନିଲ୍‍ କୁମାର ନାୟକ, ବାବନପୁର କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧାମୋହନ ଡାକୁଆ, ଆସିକା ବ୍ଳକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ଶିବଶଙ୍କର ଜେନା, ଆଲିପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ରରନାଥ ବେହେରା ପ୍ରମୁଖ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଛାତ୍ରବତ୍ସଳ ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡାଙ୍କ ବହୁମୁଖୀ ପ୍ରତିଭା, କାର୍ଯ୍ୟଦକ୍ଷତା ଶୈଳୀ, ବିଦ୍ୟାର୍ଥୀଙ୍କ ସହ ସୁସଂପର୍କ ଓ ଉଚ୍ଚକୋଟୀର ଶିକ୍ଷାଦାନ ଶୈଳୀ ଉପରେ ସ୍ମୃତିଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ ବିଦାୟୀ ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପବିତ୍ର ମୋହନ ଉଦ୍‍ଗାତା, ରମେଶ ଚନ୍ଦ୍ର ଡାକୁଆ, ଲକ୍ଷ୍ମୀପ୍ରିୟା ପାତ୍ର, ଉର୍ମିଳା ନାହାକ, ଅସିତ୍‍ ସିୟ, ମୌସୁମୀ ସାମନ୍ତରାୟ, ଲିତା ଜେନା, ସୁଧିର କୁମାର ପାଢୀ, ବେଣିଆ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଦାମ ବାଡତ୍ୟାଙ୍କ ସମେତ ବହୁ ଶିକ୍ଷକ, ଗ୍ରାମବାସୀ, ସଚେତନ ନାଗରିକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ବାବନପୁର ସରକାରୀ ୟୁପିଏସ୍‍ର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡା ଏହି ଅବସରକାଳୀନ ସଭାରେ ଯୋଗଦେଇ ଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା। ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ସମୟ ଧରି ନିରବିଚ୍ଛିନ ଭାବେ ନିଷ୍ଠାର ସହ ଅଧ୍ୟାପନା କରି ଶହ ଶହ ମେଧାବୀ ଛାତ୍ରଙ୍କୁ ସୃଷ୍ଟି କରିବା ଦିଗରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଦର୍ଶ ଛାତ୍ରବତ୍ସଳ ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡାଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଅବସରପ୍ରାପ୍ତ ସହକାରୀ ଶିକ୍ଷକ ଦିଲୀପ କୁମାର ପରିଡା ଦୀର୍ଘ ବର୍ଷ ଧରି ଦକ୍ଷତାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରିଆସିଥିବାରୁ ତାଙ୍କର ନିଷ୍ଠାପର କାର୍ଯ୍ୟଦକ୍ଷତାକୁ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଝୁରି ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ