ଶିକ୍ଷକଙ୍କୁ ଅବସରକାଳୀନ ଭବ୍ୟ ସମ୍ୱର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ) :ହାଟଡିହି ବ୍ଲକ ଅନ୍ତଗତ ଶାଳଣିଆ କ୍ଲଷ୍ଟରଠାରେ  ବ୍ରାହ୍ମଣୀକଳା ଊ.ପ୍ରା. ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାଜ କିଶୋର ସ୍ବାଇଁଙ୍କୁ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ଭବ୍ୟ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଛି । କ୍ଲଷ୍ଟର ସି.ଆର.ସି.ସି. ଶ୍ର ଶ୍ରୀ ଯତିବ୍ରତ ସ୍ବାଇଁଙ୍କ ଆବାହକତ୍ବରେ  ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ କୋଦଣ୍ଡଧର ମହାନ୍ତିଙ୍କ  ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥ୍ ଭାବେ ହାଟଡିହି ମଣ୍ଡଳ ଶିକ୍ଷାଅଧିକାରୀ  ରାଜୀବ ଦଳେଇ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ସେଠୀ, ସମ୍ମାନୀତ ଅତିଥି ଭାବେ ଭାରପ୍ରାପ୍ତ  ଏ.ବି.ଇ.ଓ ପୂର୍ଣଚନ୍ଦ୍ର ଜେନା,  ଏ.ଇଉ.ପି.ଟି. ପି.ଟି.ଏଫ. ସଂଘ ହାଟଡିହୀ ଶାଖାର ସଭାପତି ଶ୍ରୀକାନ୍ତ ବିଶ୍ଵାଳ ଓ ସମ୍ପାଦକ ପ୍ରଦୀପ କୁମାର ନାୟକ ଏନ.ପି.ଏସ. ସଂଘ ହାଟଡ଼ିହିର ଉପଦେଷ୍ଟା ସୁରେନ୍ଦ୍ର କୁମାର ରାଉତ, ପ୍ରଫୁଲ୍ଲ କୁମାର ମଣ୍ଡଳ ଏବଂ ପ୍ରଧାନଶିକ୍ଷକ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ  ସ୍ବାଇଁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରି ସଙ୍ଗଠନର ଜଣେ ନୀଷ୍ଠାବାନ ଓ ନିସ୍ବାର୍ଥପର ବ୍ୟକ୍ତିଭାବେ ଅଭିହିତ କରିଥିଲେ । ପରେ କ୍ଲଷ୍ଟର ତରଫରୁ ଓ ଏ.ଇଉ.ପି.ଟି.ଏଫ.ସଂଘ ହାଟଡିହି ଶାଖା ତରଫରୁ ବିଦାୟୀ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କୁ ଉପୌଢୋକନ , ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ  କରାଯାଇଥିଲା । ଶିକ୍ଷୟତ୍ରୀ  ବନଲତା ପାତ୍ର ଅତିଥି ମାନଙ୍କ  ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲଷ୍ଟର ଶିକ୍ଷକ ବାଦଲ ଜେନା, ସୁଦୀପ୍ତ ଜେନା,  ପ୍ରକାଶ କୁମାର ଦାସ, କୃଷ୍ଣ ରାଉତ, ରବୀନ୍ଦ୍ର କୁମାର ଦାସ,   ବାଣୀବନ୍ଦନା ପଟ୍ଟନାୟକ, ବିଳସିନୀ ଖୁଣ୍ଟିଆ, ଦୀନବନ୍ଧୁ  ପଢିଆରୀ, ରବି ରଣା ସମେତ ସମସ୍ତ ଶିକ୍ଷକ କାର୍ଜ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ