ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ଡାକ୍ତରଙ୍କ ଅବସର ଗ୍ରହଣ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ର ଦୁଇଜଣ ସ୍ତ୍ରୀ ପ୍ରସୁତି ବିଭାଗର ବିଶେଷଜ୍ଞ ଗତ ୩୦ତାରିଖ ଦିନ ଅବସର ଗ୍ରହଣ କରିଥିବା ଜଣାପଡିଛି।ପ୍ରସୂତି ବିଭାଗରେ ଦୀର୍ଘ ବର୍ଷ ଧରି ଡା. ଗିରିଶ ଚନ୍ଦ୍ର ରାଉତ ଓ ଡା. ଗୌର ପ୍ରସାଦ ମିଶ୍ର ସଫଳତା ର ସହ କାର୍ୟ୍ୟ କରି ଆସୁଥିଲେ। ମାତ୍ର କାର୍ୟ୍ୟ କାଳ ଶେଷ ହୋଇଥିବା କାରଣରୁ ସେମାନେ ଅବସର ଗ୍ରହଣ କରିଛନ୍ତି। ମୁଖ୍ୟଚିକିତ୍ସାଳୟ ରେ ଏବେ ଡାକ୍ତର ସଂଖ୍ୟା କମ ରହି ଥିବା ବେଳେ ଦୁଇ ବିଶେଷଜ୍ଞ ଡାକ୍ତର ଙ୍କ ଅବସର ରୋଗୀସେବାରେ କିଛି ବାଧକ ସାଜିବ ବୋଲି ଆଲୋଚନା ରୁ ଜଣାପଡିଛି। ଏହି ଦୁଇ ପ୍ରମୁଖ ଡାକ୍ତର ଙ୍କ ଅବସର ଉପରେ ଗତକାଲି ମୁଖ୍ୟ ଚିକିତ୍ସା ଳୟ ଠାରେ ଏକ ସମ୍ବର୍ଧନା ସଭା ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡା. କିଶୋର ଚନ୍ଦ୍ର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି.। ଦୁଇ ପ୍ରମୁଖ ବିଶେଷଜ୍ଞ ରୋଗୀ ମାନଙ୍କୁ ଠିକ ସମୟରେ ସେବା ଯୋଗାଇବାରେ କେଭେ ହେଳା କରି ନଥିବା ଆଲୋଚନାର ବିଷୟ ଵସ୍ତୁ ହୋଇଥିଲା। ଅନୁଷ୍ଠିତ ହୋଇ ଯାଇଥିବା ଏହି ଅବସର କାଳୀନ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡା. ବିନୋଦ ବିହାରୀ ମିଶ୍ର, ଡା. ବାବାଜୀ ଚରଣ ନାୟକ, ଡା. ପି କେ ମିଶ୍ର, ଡା ନିରଞ୍ଜନ ବେହେରା, ଡା. ନିହାର ରଞ୍ଜନ ରଥ, ଡା. ଚିତ୍ତରଞ୍ଜନ ସେଠି ଆଦି ଅନେକ ଡାକ୍ତର ଉପସ୍ଥିତ ରହିଥିଲେ।


