ବଳଦେବ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ): ବଳଦେବ ଉଚ୍ଚବିଦ୍ୟାଳୟର ୧୯୬୮ମସିହା ଏକାଦଶ ଶ୍ରେଣୀର ପୂରାତନ ବିଦ୍ୟାର୍ଥୀମାନେ ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧବଳଦେବଜୀଉଙ୍କ ମନ୍ଦିର ପାଶ୍ୱର୍ସ୍ଥ ହେରିଟେଜ କଟେଜ ଗୃହରେ ଏକ ବନ୍ଧୁମିଳନ ଉତ୍ସବର ଆୟୋଜନ କରିଥିଲେ। ସଭା ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ ସମୟରେ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧବଳଦେବଜୀଉଙ୍କ ସ୍ତ୍ରୋତ୍ର ପାଠ କରାଯାଇଥିଲା। ଉକ୍ତ ବିଦ୍ୟାଳୟର ଦିବଂଗତ ଶିକ୍ଷକ ଓ ସହପାଠୀମାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ୫୭ବର୍ଷ ଅତିବାହିତ ହୋଇଥିଲେ ହେଁ ଅତ୍ୟନ୍ତ ଆତ୍ମୀୟତାର ନିଦର୍ଶନ ପୂର୍ବକ ନିଜର ପରିଚୟ ପ୍ରଦାନ ଓ ବିଗତ ଦିନର ସ୍ମୃତି ବଖାଣିଥିଲେ ସହପାଠୀମାନେ। ଅତିକ୍ରାନ୍ତ ବୟସରେ ଅବଶିଷ୍ଟ ଜୀବନ ସୁଖଶାନ୍ତିରେ କାଳାତିପାତ ପାଇଁ ଶ୍ରୀ ସିଦ୍ଧବଳଦେବଜୀଉ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇଥିଲେ ସମସ୍ତେ। ସଂଯୋଜକ ମାଧବ ଚନ୍ଦ୍ର ପତ୍ରୀ ଏକତ୍ରିତ ବନ୍ଧୁମାନଙ୍କୁ ହୃଦୟର ଅନ୍ତସ୍ଥଳର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ