ରାଜସ୍ୱ ସମୀକ୍ଷା ବୈଠକ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବନ୍ୟା, ବାତ୍ୟା, ସାପ କାମୁଡା, ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଓ ବିଜୁଳି ଆଘାତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଅନୁକମ୍ପା ରାଶିକୁ ତୁରନ୍ତ ପ୍ରଦାନ କରିବା ସହ ବିଭିନ୍ନ ଜାତିଗତ ପ୍ରମାଣପତ୍ର କୁ ଲୋକଙ୍କୁ ସଠିକ୍ ସମୟରେ ପ୍ରଦାନ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ବରାଳ ନିର୍ଦ୍ଦେଶ ଦେଇଥିଲେ । ବସୁନ୍ଧରା ଯୋଜନା ଆନୁକୁଲ୍ୟରେ ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବା, ସହରାଂଚଳ ଓ ଗ୍ରାମାଂଚଳରେ ସରକାର ଜମି ଜବରଦଖଲ କରି କୋଠା ନିର୍ମାଣ କରିଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କଲମ ଟୁ ଆର ଆରକରାକ୍ସନ (ଜମି ପଟ୍ଟା ଗୁଡିକ ଅପଡେଟ୍‌) ଗୁରୁତ୍ୱ ଦେବା, ସରକାରୀ ସ୍କୁଲ କଲେଜ ଓ ଡିଗ୍ରୀ କଲେଜ ଭଳି ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା ପ୍ରଦାନ କରିବା, ପୋଲସରା ଓ ପୁରୁଷୋତ୍ତମପୁର ତହସିଲରେ ଚାଲିଥିବା ହାଇଟେକ୍ ସର୍ଭେର ରିପୋର୍ଟ ପ୍ରଦାନ କରିବା, ଏହା ସହ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥି ହାଁସଦା, ଡେପୁଟି କଲେକ୍ଟର ଲୋପମୁଦ୍ରା ରଥ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସଆରଏ ମଧୁସ୍ମିତା ନାୟକଙ୍କ ସମେତ ପୋଲସରା, ପୁରୁଷୋତ୍ତମପୁର, ଛତ୍ରପୁର, ହିଞ୍ଜିଳିକାଟୁ, ଗଞ୍ଜାମ, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ କୋଦଳା ତହସିଲଦାର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ