ଭାତ ହାଣ୍ଡିରେ ଦଇବ କୋପ : ବିଲରେ ଶୋଇଯାଇଛି ପାଚିଲା ଧାନ

କାକଟପୁର/ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ): ବାତ୍ୟା “ମୋନ୍ଥା”ପ୍ରଭାବ ରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ୨ଦିନ ଲଗାଣ ବର୍ଷା ରେ ଅନେକ ଚାଷ ଜମିରେ ଧାନ ବିଲରେ ଲୋଟିଯାଇଛି ଧାନ ଗଛ। ଏଥର ଧାନ ନୁହେଁ ଆଜ୍ଞା ବିଲରେ ସୁନା ଫଳିଥିଲା। କ୍ଷେତକୁ ଦେଖିଲେ ପେଟ ପୂରୀଯାଉଥିଲା। ହେଲେ ଆମ ଚାଷୀ ଙ୍କ ଖୁସି ବୋଧେ ଦଇବ ସହିଲାନି ଏମିତି କହିଛନ୍ତି ଅସ୍ତରଙ୍ଗ ବ୍ଲକ ଅଂଚଳର ବେଗୁନିଆବସ୍ତ ଗ୍ରାମର ଦୁର୍ଗା ଚରଣ ସ୍ୱାଇଁ। ଅସ୍ତରଙ୍ଗ ବ୍ଲକ ଅଧୀନ ବେଗୁନିଆବସ୍ତ,କରଞ୍ଜପୁର, କଣମଣ, ଜିଉଁନ୍ତି ଅଂଚଳର ଚାଷ ଜମିରେ ପବନ ହେତୁ ପାଚିଲା ଧାନ ପାଣି ଭାସୁଛି। ପାଚିଲା ଧାନ କଡେଇ କି ଉଠାଇଲା ବେଳକୁ ଭାଙ୍ଗିଯାଉଛି ଚାଷୀଙ୍କ ମେରୁଦଣ୍ଡ। କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଈଁ ଉଦ୍ୟମ ସତ୍ବେ ନିରାଶ ହେଉଛି ଚାଷୀ ପୁଅ। ଖଳା କୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ଜୁଡୁବୁଡୁ ବର୍ଷକର ଦାନା ପାଣି, ସେତେବେଳେ ସବୁ ଶୂନ୍ୟ ବିଚରା ଚାଷୀ। ଅମଳ ସମୟକୁ ଅଦିନିଆ ବର୍ଷା ରେ ଅକଲ ଗୁଡ଼ୁମ ଅବସ୍ଥା। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ କିଏ ଭାଗ ଚାଷୀ, କିଏ ଧାର କରଜ କରି ନିଜ ବିଲରେ ଫଳାଇ ଥିଲେ ସୁନାର ଫସଲ। କିନ୍ତୁ ବାତ୍ୟା”ମୋନ୍ଥା”ପ୍ରଭାବ ରେ ଲଘୁଚାପ ଲଗାଣ ୨ ଦିନ ବର୍ଷା ଯୋଗୁଁ କେବଳ ଯେ ସହ ସହ ଏକର ଫସଲ ଭାସୁଛି ତାହା ନୁହେଁ ବରଂ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଚାଷୀଙ୍କ ଧାନ ଫସଲ ସହ ଅସ୍ତରଙ୍ଗ ଅଞ୍ଚଳର ପରିବା ଝୁଡି କୁହାଯାଉଥିବା ବେଗୁନିଆବସ୍ତ, ଝାରିଆ, ଓସ୍ତପୁର, ବେଣୀପୁର ଅଞ୍ଚଳରେ ଶୀତଦିନିଆଁ ଫସଲ କୋବି, ବିନ୍ସ ସହ ବିଭିନ୍ନ ପନିପରିବା ଫସଲରେ ପାଣି ଭାସୁଛି କହିଛନ୍ତି ବେଗୁନିଆବସ୍ତ ଗ୍ରାମର ରମେଶ ମଲ୍ଲିକ । କେମିତି ଋଣ ସୁଝିବେ ଚାଷୀ। କେଉଁଠୁ ଦାନା ପାଣି ପରିବାର ମୁହଁରେ ଆହାର ଦେବେ ଚିନ୍ତାରେ ପଡିଛନ୍ତି ଚାଷୀ କୁଳ।  ଧାନ ନଷ୍ଟ, ପରିବା ନଷ୍ଟ ସବୁ କିଛି ନଷ୍ଟ ଋଣ ସୁଜିବ କେମିତି, ଲଘୁଚାପ ବର୍ଷା ସିନା ଚାଲିଗଲା ତାର ପାଦ ଚିହ୍ନ ଚାଷୀର ଆଖିରେ ଲୁହ ଛାଡି ଦେଇଗଲା।ଝରୁଛି ଲୁହ, ଭଗବାନ ଙ୍କ ନିକଟରେ ପ୍ରାର୍ଥନା ସତରେ କଣ ଏତେ ଦୁଃଖ ଦେବାର ଥିଲା ଚାଷୀ କୁଳକୁ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ