ରାସ୍ତା କାର୍ଯ୍ୟର ପାଣି ନାଳକୁ କେନ୍ଦ୍ର କରି ଗଣ୍ଡଗୋଳ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଚଣ୍ଡିପୁର ଗ୍ରାମରେ ରାସ୍ତା କାର୍ଯ୍ୟର ପାଣି ନାଳକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଚଣ୍ଡିପୁର ଗ୍ରାମରେ ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ଗ୍ରାମର ହରେକୃଷ୍ଣ ପତି ରାସ୍ତା କାର୍ଯ୍ୟ କରୁଥିବା ଲୋକଙ୍କୁ ତାଙ୍କ ବାଡି ଭିତରକୁ ପାଣି ପସିବା ସମ୍ପର୍କରେ କହିବାରୁ ଜନୈକ ବ୍ୟକ୍ତି ତାଙ୍କ ମୋବାଇଲକୁ ଛଡାଇ ନେବା ସହ ମାଡ ମାରିଥିଲେ । ଏଥିସହ ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରିବାରୁ ଗ୍ରାମର ଅନ୍ୟ ଦୁଇ ଜଣଙ୍କୁ ମାଡ ମରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି । ଉକ୍ତ ରାସ୍ତା କାର୍ଯ୍ୟର କାର୍ଯ୍ୟାଦେଶ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିବାରୁ ତାଙ୍କୁ ମଧ୍ୟ ଅଭିଯୋଗ କରାଯାଇଥିବା ଜଣାଯାଇଛି । ଅଭିଯୋଗ ପାଇବା ପରେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ