ରାସ୍ତା ଅବସ୍ଥା ଶୋଚନୀୟ, ବାଲି ପରିବହନକୁ ବିରୋଧ

ହାଟଡିହି(ବିକାଶ ବିଶ୍ବାଳ): ଗୋଟିଏ ପଟେ ଶୋଚନୀୟ ରାସ୍ତା, ଅନ୍ୟପଟେ ସେହି ରାସ୍ତା ଉପରେ ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଏହାକୁ ନେଇ ଆଜି ଚଷାଖଣ୍ଡ ଗ୍ରାମର ଲୋକମାନେ  ବାଲି ପରିବହନକୁ ବିରୋଧ କରିଛନ୍ତି। ଏହାକୁ ନେଇ ଆଜି ଚଷାଖଣ୍ଡ ଗାଁ ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଏହି ରାସ୍ତାଟି ଗତ କିଛିବର୍ଷ ହେଲା ଶୋଚନୀୟ ହୋଇ ପଡିଛି। ରାସ୍ତାରେ ଦୁଇ ତିନି ଫୁଟ ଖାଲଖମା ସୃଷ୍ଟି ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣ କି ମରାମତି ପାଇଁ ବିଭାଗ ଦୃଷ୍ଟି ଦେଉ ନାହିଁ। ଅନ୍ୟ ପଟେ ପ୍ରତିଦିନ ଶହ ଶହ ହାଇୱା ବେଆଇନ୍ ଭାବେ ଟନ ଟନ ବାଲି ବୋଝେଇ କରି ଏହି ରାସ୍ତାରେ ଯିବା ଆସିବା କରିବା ଦ୍ୱାରା ସଧାରଣ ଲୋକମାନେ ଯିବା ଆସିବା କରିପାରୁ ନାହାନ୍ତି। ଏହି ରାସ୍ତା ଉପରେ ଚଷାଖଣ୍ଡ, ଗେଡମା, ସାହାପୁର, ଆଈତିପୁର, ରତକଣା ଆଦି ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି। ବ୍ଲକ, ତହସିଲ୍, ମେଡିକାଲ, ସର୍ବୋପରି ଉପଜିଲ୍ଲାପାଳ ଏଵଂ ଜିଲ୍ଲା କାର୍ଯ୍ୟାଳୟକୁ ଯିବାକୁ ଏହି ଗୋଟିଏ ରାସ୍ତା ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ ରାସ୍ତାର ଶୋଚନୀୟ ଅଵସ୍ଥା ଯୋଗୁଁ ୨/୩କିଲୋମିଟର ଦୂରରେ ଥିବା ଡ଼ାକ୍ତରଖାନାକୁ ରୋଗୀ ମାନେ ଯାଇପାରୁ ନାହାନ୍ତି। ବାଲି ଘାଟ କର୍ତୁପକ୍ଷ ଙ୍କୁ ରାସ୍ତା ମରାମତି କରି ବାଲି ପରିବହନ କରିବାକୁ ବାରମ୍ଵାର କହୁଥିଲେ ବି ଘାଟ ଲିଜଧାରୀ ଶୁଣୁ ନଥିବାରୁ ଆଜି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଲୋକମାନେ ବାଲି ପାଇଁ ଯାଉଥିବା ହାଇୱା ଗୁଡିକୁ ଚଷାଖଣ୍ଡ ନିକଟରେ ଅଟକାଇ ଫେରାଇ ଦେଉଥିବା ଦେଖିବାକୁ ମିଳିଥିଲା। ପରେ ଲିଜ୍ ଧାରୀ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲେଚନା କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ