ବୁଗୁଡା ପୋଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନା ପକ୍ଷରୁ ଆଇଆଇସି ସିତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ବରେ ବୁଗୁଡା ପୋଲିସ ବାହିନୀ ଜନସାଧାରଣଙ୍କୁ ସଡକ ସୁରକ୍ଷା ପାଇଁ ପ୍ରଚାର ପତ୍ର ପ୍ରଦାନ କରିବା ସହ ସଚେତନତା କରିଥିଲେ। ବାଲିପଦର ଛକ, ବିରଞ୍ଚିପୁର-ମାଣିତରା ଛକ, ବୁଗୁଡା ସହରର ମଦନ ମୋହନ ଛକରେ ଗାଡି ଚାଳକମାନଙ୍କୁ ସଡକ ସୁରକ୍ଷା ସମେତ ଗାଡି ଚଳାଇବା ସମୟରେ କେଉଁ ସବୁ କାଗଜ ପତ୍ର ନିକଟରେ ରଖିବ ବୁଝାଇଥିଲେ। ବାଇକ ଚାଳକମାନଙ୍କୁ ହେଲମେଟ ପିନ୍ଧିବା ପାଇଁ ନିଶ୍ଚିତ କରାଇବା ସହ ଯେଉଁ ଚାଳକମାନେ ହେଲମେଟ ପିନ୍ଧିବା ସହ ଆବଶ୍ୟକ ଗାଡିର ପ୍ରମାଣପତ୍ର ନିକଟରେ ରଖିଥିବେ ସେହି ଚାଳକ ମାନଙ୍କୁ ଗୋଲାପ ଫୁଲ ସହ ଚକଲେଟ ଉପହାର ଦେଇ ଧନ୍ୟବାଦ ପ୍ରଦାନ କରିଥିଲେ। ବିଭିନ୍ନ ସମୟରେ ଯାଞ୍ଚ ସମୟରେ ନିଜ ନିକଟରେ ଆରସି ବୁକ, ବୀମା କାଗଜ, ଡ୍ରାଇଭିଙ୍ଗ ଲାଇସେନ୍ସ, ପଲ୍ୟୁସନ ସାର୍ଟିଫିକେଟ ପ୍ରଭୃତି ସହ ବାଇକ ଚାଳକମାନେ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ବାଲିପଦରରେ ଓଆଇସି କେ ନୀଳାଦ୍ରି ରେଡିଙ୍କ ସମେତ ପୋଲିସ ବାହିନୀ ସହଯୋଗ କରିଥିବା ବେଳେ ଅନ୍ୟ ଦୁଇ ସ୍ଥାନରେ ବୁଗୁଡା ପୋଲିସ ଅଧିକାରୀ ଓ ପୋଲିସ ବାହିନୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ