ଚମାଖଣ୍ଡି ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର,(ଓ୍ବାଇଏନଏସ): ଚମାଖଣ୍ଡି ଥାନା  ପକ୍ଷରୁ ରଘୁନାଥପୁର ଗ୍ରାମରେ ସଡ଼କ ସୁରକ୍ଷା ନେଇ ଏକ ସଚେତନତା ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେଏଥିରେ ଜୁନିୟର ଏମ ଭି ଆଇ ତାରାକାନ୍ତ ନନ୍ଦ ଯୋଗଦେଇ ଗ୍ରାମବାସୀ ମାନଙ୍କୁ ରାସ୍ତାରେ କିପରି ଭାବରେ ଗାଡି ଚଳେଇବେ, ହେଲମେଟ ପିନ୍ଧି ଗାଡି ଚଲେଇବା, ସରକାର ଙ୍କ ନିୟମ ମାନିବା, ମଦ୍ୟପାନ କରି ଗାଡି ଚଲେଇବା ନାହଁ ବୋଲି ଗ୍ରାମବାସୀ ମାନଙ୍କୁ ସଚେତନତା କରାଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଜ୍ୟୋତି ରଞ୍ଜନ ସାହୁ, ସମିତି ସଭ୍ୟା ବି. ସୋନାଲି ସେନାପତି ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ