ମା ରତ୍ନମାଳୀ ହାଇସ୍କୁଲ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଳିତ
ଆସିକା (ୱାଇଏନ୍ଏସ୍) :ସଡକ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ରୋକିବା ଓ ଟ୍ରାଫିକ୍ ନିୟମ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବା ଏବଂ ନାବାଳକଙ୍କ ଗାଡି ଚାଳନା ଉପରେ ଅଙ୍କୁଶ ଲଗାଇବା ସକାଶେ ସଚେତନ ହୁଅନ୍ତୁ ଓ ନିରାପଦ ରୁହନ୍ତୁର ବାର୍ତ୍ତା ନେଇ ଶନିବାର ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଂଚାୟତର ମା ରତ୍ନମାଳୀ ହାଇସ୍କୁଲ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି ଅବସରରେ ମା ରତ୍ନମାଳୀ ହାଇସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏକ ସଚେତନତା ର୍ୟାଲିରେ ଶିକ୍ଷାନୁଷ୍ଠାନ ନିକଟରୁ ବାହାରି ଗ୍ରାମ୍ୟ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମ ତଥା ପଥପ୍ରାନ୍ତ ସଭାରେ ମା ରତ୍ନମାଳୀ ହାଇସ୍କୁଲର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର, ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ରଶ୍ମିତା ମହାପାତ୍ର, ଗୋବିନ୍ଦ ପରିଡା, ପାଣ୍ଡବେଶ୍ୱର ଜେନା, ଶଶୀଭୂଷଣ ସାହୁ, ପାଣ୍ଡବ ଗୌଡ, ମହେଶ୍ୱର ଆପଟ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ନାବାଳକ ମାନଙ୍କ ଗାଡି ଚାଳନା ରୋକିବା ଉପରେ ଅଭିଭାବକ ମାନେ ଯତ୍ନବାନ୍ ହେବାକୁ ଆହ୍ନାନ କରିବା ଦୁଇଚକିଆ ଯାନ ଚଳାଇବା ସମୟରେ ହେଲ୍ମେଟ୍ ବ୍ୟବହାର କରିବା ଓ ଚାରିଚକିଆ ଯାନରେ ବସିବା ସମୟରେ ସିଟ୍ ବେଲ୍ଟ୍ ପରିଧାନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚାଳନା ସମୟରେ ମୋବାଇଲରେ କଥା ନହେବା, ଦୁଇଚକିଆ ଯାନରେ ତିନିଜଣ ନ ବସିବା, ଦୃତ ଗତିରେ ଗାଡି ନ ଚଳାଇବା, ଓଭର୍ଟେକ୍ ନକରିବା ଆଦି ବିଷୟରେ ଗ୍ରାମବାସୀଙ୍କୁ ସଚେତନ କରିଥିବା ଳକ୍ଷ୍ୟ କରାଯାଇଥିଲା। ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଂଚାୟତର ମା ରତ୍ନମାଳୀ ହାଇସ୍କୁଲର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର କର୍ମଚାରୀ ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନାଙ୍କ ସମେତ ବହୁ ଯୁବପିଢୀ, ଗ୍ରାମବାସୀ, ସଚେତନ ନାଗରିକ, ଅଭିଭାବକ, ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା।


