ରାସ୍ତା ପାଲଟିଛି ମରଣଯନ୍ତା: ପଞ୍ଚାୟତବାସୀ ହେଉଛନ୍ତି ହିନସ୍ତା

ହାଟଡିହି (ଓ୍ବାଇଏନଏସ): ଛେନାପଦି ପଞ୍ଚୁଗୋଛିଆ ରାସ୍ତା ପାଲଟିଛି ମରଣଯନ୍ତା । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯାତାୟତ କରିବା ଯନ୍ତ୍ରଣା ଦାୟକ ହୋଇ ପଡ଼ୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାଟି ୫ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ବେଳେ ଏହି ରାସ୍ତା ଉପରେ ସୁଲଣ,  ପଞ୍ଚୁଗୋଛିଆ, ଆମ୍ବୋ ଆଦି ତିନୋଟି ପଞ୍ଚାୟତର ଲୋକମାନେ ଯାତାୟତ କରିଥାନ୍ତି। ବିଶେଷକରି ଏହି ସବୁ ପଞ୍ଚାୟତ ର ଲୋକମାନେ ଛେନାପଦି ମାର୍କେଟ ଉପରେ ନିର୍ଭରଶୀଳ ଥିବାବେଳେ ତହସିଲ, ବ୍ଲକ ଓ ଅନ୍ୟ ଅଫିସ୍ କୁ ଯିବା ଆସିବାର ଏକ ମାତ୍ର ରାସ୍ତା। କିନ୍ତୁ ଏହି ରାସ୍ତାଦେଇ ବାଲି ବୋଝେଇ ଗାଡ଼ି ଯାତାୟତ କରିବା ଦ୍ୱାରା ରାସ୍ତାଟି ଏବେ ଖାଲ ଖମାରେ ପରିପୂର୍ଣ୍ଣ ହୋଇ ଉଠିଛି। ବିଶେଷ କରି ଛେନାପଦି ରୁ ସୁଲଣ ମଝିରେ ଖାଲଖମା ଯୋଗୁଁ ନିୟମିତ ଦୁର୍ଘଟଣା ଘଟି ଅନେକ ଆହାତ ହେଉଛନ୍ତି। ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ଯିବା ଆସିବା କରିବା କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ବି ବିଭାଗୀୟ ଯନ୍ତ୍ରୀ ଏହାକୁ ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ନିମନ୍ତେ ସରୋଜ କୁମାର ଚକ୍ର, ରବିନ୍ଦ୍ର ଜେନା, ସୁକାନ୍ତ କୁମାର ରାଉତ, ନବୀନ ନାହାକ, ଆକାଶ କୁମାର ସାହୁ, ଶିବ ଶତପଥି, ମକରଧ୍ଵଜ ରଣା ପ୍ରମୁଖ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ