ବ୍ଲକ ପରିସରର ସୁନ୍ଦରତାକୁ ନଷ୍ଟ କରି ଚାଲିଛନ୍ତି ବୁଲା ଗାଈଗୋରୁ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଲକ୍ଷ ଲକ୍ଷ ଖର୍ଚ୍ଚ କରି ଝୁମ୍ପୁରା ବ୍ଲକ କୁ ସଜା ଯାଇଥିଲା। କିନ୍ତୁ ବର୍ତ୍ତମାନ ବ୍ଲକ ପରିସର ମଧ୍ୟରେ ଲାଗିଥିବା ଜାତି ଜାତି ର ଫୁଲ ଗଛ ସହିତ ବିଦେଶୀ ସୋ ଗଛକୁ ବୁଲା ଗୋରୁ ଗାଈ ଖାଇଯାଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ଝୁମ୍ପୁରା ବ୍ଲକ ପରିସର ପରିସର ମଧ୍ୟରେ ରହିଥିବା ଖୋଲା ସ୍ଥାନରେ ଅନାବନା ଗଛ ଗଛ ଉଠି ଅଳିଆ ଆବର୍ଜ୍ଜନା ମୟ ହୋଇ ଯାଇଥିଲା। ଝୁମ୍ପୁରା ବ୍ଲକ କୁ ଯେଉଁ ଦିନ ଠାରୁ ଉମାକାନ୍ତ ପରିଡା ବିଡ଼ିଓ ଭାବେ ଯୋଗଦାନ କରେ ଝୁମ୍ପୁରା ବ୍ଲକ ପରିସର ର ଉନ୍ନତି କରଣ କରିବା ସହିତ ସମସ୍ତ ଅଳିଆ ଆବର୍ଜ୍ଜନା କୁ ସଫା କରିବା ସହିତ ବ୍ଲକ ପରିସର ମଧ୍ୟରେ ରହିଥିବା ଖାଲଖମା ଗୁଡ଼ିକ ସମତୁଲ କରିବା ସହିତ। ବ୍ଲକ ପରିସରର ଉନ୍ନତି କରଣ କରିଥିଲେ। ବ୍ଲକ ପରିସରକୁ ଚକା ଚକ କରିବା ସହିତ ବ୍ଲକ ପରିସର ମଧ୍ୟରେ ପାର୍କ ନିର୍ମାଣ କରିବା ସହିତ ବିଦେଶୀ ସୋ ଗଛ ଲାଗି ଥିଲା କିନ୍ତୁ ତାଙ୍କର ଏହି ବ୍ଲକରୁ ଅନ୍ୟତ୍ର ବଦଳି ହେବା ପରେ ବ୍ଲକ ପରିସର ମଧ୍ୟରେ ଲାଗିଥିବା ଦାମି ସୋ ଗଛ ଠାରୁ ଆରମ୍ଭ କରି ଜାତି ଜାତି ର ଫୁଲ ଗଛ କୁ ଉପଯୁକ୍ତ ରକ୍ଷଣାବେକ୍ଷଣା କରା ନଯିବାରୁ ତାହା ଦିନକୁ ଦିନ ନଷ୍ଟ ହୋଇ ଯାଇଥିଲା ବର୍ତ୍ତମାନ ବ୍ଲକ ପରିସର ମଧ୍ୟରେ ଯେତିକି ବି ଦୀର୍ଘସ୍ଥାୟୀ ଫୁଲ ଗଛ ତା ସହିତ ସୋ ଗଛକୁ ବୁଲା ଗୋରୁ ଗାଈ ଖାଇଯାଉଥିବା ଦେଖିବାକୁ ମିଳିଛି। ବ୍ଲକ ପରିସର ମଧ୍ୟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବ୍ଲକ ର ସୁନ୍ଦରତା ବୃଦ୍ଧି କରାଗଲା କିନ୍ତୁ ବର୍ତ୍ତମାନ ବ୍ଲକ ପ୍ରଶାସନ ର ଅଧିକାରୀ ମାନେ ତାର ରକ୍ଷଣାବେକ୍ଷଣ କରିବା ଦିଗରେ ଗୁରୁତ୍ବ ନଦେଇ ଗୋରୁ ଗାଈ ମାନଙ୍କ ଦ୍ୱାରା ନଷ୍ଟ ହେଉଥିବା ର ଦୃଶ୍ୟ ଦେଖୁଥିଲେ ମଧ୍ୟ ସୋ ଗଛକୁ ସୁରକ୍ଷା ଦେବାକୁ କାହିଁକି ଗୁରୁତ୍ବ ଦେଉନାହାନ୍ତି ବୋଲି ପ୍ରଶ୍ନ ଉଠୁଛି। ବ୍ଲକ ପରିସର ଲାଗିଥିବା ଫୁଲ ଗଛ ଏବଂ ସୋ ଗଛ ଗୁଡ଼ିକ ବୁଲା ଗୋରୁ ଗାଈ ମାନଙ୍କ କବଳରୁ ରକ୍ଷା କରିବା ଦିଗରେ ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ତରଫ ରୁ ଦାବି ହେଉଛି।