ଏଟିଏମ କାଉଣ୍ଟର ପାଖରେ ବୁଲୁଛନ୍ତି ଲୁଟେରା: ଭିନ୍ନ ଏଟିଏମ୍ କାର୍ଡ ଧରେଇ, ୪୨ ହଜାର ଉଠାଇନେଲେ ଯୁବକ

 ହାଟଡିହି,(ଓ୍ବାଇଏନଏସ): ଦିନକୁଦିନ ସାଇବର ଠକେଇ ଅଭିଯାଗ ବଢ଼ି ଚାଲିଥିବା ବେଳେ, ଏବେ ଲୁଟେରା ମାନେ ଏଟିଏମ କାଉଣ୍ଟର ନିକଟରେ ଘୁରି ବୁଲୁଛନ୍ତି ଓ ସୁଯୋଗ ଦେଖି ଲୁଟୁଛନ୍ତି।  କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନାରେ ଏପରି ଏକ ଅଭିଯାଗ ଆସିଛି।ଜଣେ ବ୍ୟକ୍ତି ଏଟିଏମ୍ ରୁ ଟଙ୍କା ଉଠାଣ କରୁଥିବା ସମୟରେ ଆଉ ଜଣେ ବ୍ୟକ୍ତି ତାଙ୍କୁ ଭିନ୍ନ ଏଟିଏମ୍ କାର୍ଡ ଧରେଇ  ପରେ ଏକାଉଣ୍ଟ୍ ରୁ ୪୨ ହଜାର ଲୁଟି ନେଇଥ‌ିବା ଅଭିଯୋଗ ହୋଇଛି। ଅଭିଯାଗ ଅନୁଯାୟୀ ନନ୍ଦିପଦା ଥାନା  ସମଣା ପଞ୍ଚାୟତ ଚାପୁଣ୍ଡିଆ ଗ୍ରାମର ବିଜୟ ସାହା ଗତକାଲି ବ୍ୟାଙ୍କ୍ ଅଫ ଇଣ୍ଡିଆର ବ୍ୟବହୃତ ଏଟିଏମ୍ କାର୍ଡ ରେ ହାଟହିହି ସ୍ମିତ ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ କୁ ଟଙ୍କା ଉଠାଇବାକୁ ଆସିଥିଲେ । ସେ ଏଟିଏମ ରୁ ପାଞ୍ଚ ହଜାର ଟଙ୍କା ଉଠାଇ ଗଣିବା ସମୟରେ ଏଟିଏମ୍ କାର୍ଡଟି ମେସିନରେ ରହିଥ‌ିଲା।   ସେଠାରେ ଠିଆ ହୋଇଥିବା ଜଣେ ଅଜଣା ବ୍ୟକ୍ତି ତାଙ୍କୁ କାର୍ଡଟି ବାହାର କରି ଭିନ୍ନ ଏକ କାର୍ଡ ତାଙ୍କ ହାତକୁ ଧରାଇ ଦେଇଥିଲା।  ସେହି ସମୟରେ ସେ ତାଙ୍କ କାର୍ଡ କି ନୁହେଁ ତାହା ପରୀକ୍ଷା ନକରି ପଳାଇ ଆସିଥିଲେ।  ବିଜୟ ବେଙ୍ଗାଳୁରୁ ଠାରେ ସୁରକ୍ଷା ଅଧୁକାରୀ କାର୍ଯ୍ୟ କରୁଥିବା ବେଳେ ପତ୍ନୀ ଙ୍କ ନାମରେ ବ୍ୟାଙ୍କ ଅଫ ଇଣ୍ଡିଆ ବଞ୍ଚା ଠାରେ ଜମା ଖାତା ରହିଛି । ପରଦିନ ତାଙ୍କ ମୋବାଇଲକୁ ୪୨କାର ଟଙ୍କା ଉଠାଯାଇଥିବା ମେସେଜ ଆସିବା ପରେ ସେ ସଙ୍ଗେ ସଙ୍ଗେ ତାଙ୍କ କାର୍ଡ ଟି ଦେଖିଥିଲେ। ତାଙ୍କର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ କାର୍ଚ ପରିବର୍ତେ ତାଙ୍କୁ ସେହି ଅଜଣା ବ୍ୟକ୍ତି ଇଣ୍ଡିଆନ ଓଭରସିନ ବ୍ୟାଙ୍କର କାର୍ଡ ଧରାଇ ଦେଇଥିବା ଦେଖିଥିଲେ।  ତାଙ୍କ କାର୍ଡ ବ୍ୟବହାର କରି ନିକଟସ୍ଥ ଏକ ପେଟ୍ରୋଲ ପମ୍ପରୁ ବାୟାଳିଶ ହଜାର ଟଙ୍କା ଉଠାଯାଇଛି। ଏନେଇ ସେ ନନ୍ଦିପଦା ଥାନାରେ  ଲିଖୁତ ଅଭିଯାଗ କରିଛନ୍ତି।  ଅକଣା ବ୍ୟକ୍ତି ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଏନେଇ ନନ୍ଦିପଦା ପୋଲିସ  ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ