ସିବିଏସଇ ପରୀକ୍ଷାରେ ୯୫ପ୍ରତିଶତ ମାର୍କ ରଖି ପାସକଲେ ରୋଶ୍ନି
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ): ସି.ବି.ଏସ.ଇ.ର ଦଶମ ଶ୍ରେଣୀ ପରୀକ୍ଷାରେ ୯୫ପ୍ରତିଶତ ମାର୍କ ରଖି ଏ-୧ଗ୍ରେଡ୍ରେ ପାସ କରିଛନ୍ତି ରୋଶ୍ନି ରାଉତ। ରୋଶ୍ନି ହେଉଛନ୍ତି ହଜାରି ବଗିଚାସ୍ଥିତ ପିତା ସଞ୍ଜୟ କୁମାର ରାଉତ ଓ ମାତା ସଶ୍ମିତା ସୁବୁଧିରାୟଙ୍କ କନିଷ୍ଠା କନ୍ୟା ତଥା ପୂର୍ବତନ କେନ୍ଦ୍ରାପଡା ବିଧାୟକ ଇନ୍ଦ୍ରମଣୀ ରାଉତଙ୍କ ନାତୁଣୀ। ରୋଶ୍ନି ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ। ସେ ପିଲାଦିନରୁ ଜଣେ ମେଧାବୀ ଛାତ୍ରୀ। ଭବିଷ୍ୟତରେ ରୋଶ୍ନି ଜଣେ ଚାଟାର୍ଡ ଆକାଉଂଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି। ରୋଶ୍ନି ଙ୍କ ମା’ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ପିତା କଂଗ୍ରେସ ଦଳର ଜଣେ ତୁଙ୍ଗ ନେତା।