ରୋଟାରୀ କ୍ଳବ ଅଫ ମୁନିଗୁଡା ରୋୟାଲର ସଫଳତା: ଗୋଲଡ଼ କ୍ଳବ ଆୱାର୍ଡ଼ରେ ସମ୍ମାନିତ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ରୋଟାରୀ କ୍ଳବ ଅଫ ମୁନିଗୁଡା ରୋୟାଲରକୁ ରାଜ୍ୟ ସ୍ତରୀୟ ଡିଷ୍ଟିଡ଼ ଆଇକନ୍ନ ଆୱାର୍ଡ ଅର୍ଜୁନ ପୁରସ୍କାର ସମାରୋହରେ ମୁନିଗୁଡାକୁ ଗୋଲଡ଼ କ୍ଳବ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିବା ଜଣାପଡିଛି,ମୁନିଗୁଡା ରୋଟାରୀ କ୍ଳବର ସଭାପତି ୨୦୨୪/୨୫ ରୋଟାରୀୟନ ସୁଦାମ ଚରଣ ପଣ୍ଡାଙ୍କୁ ଗୋଲଡ଼ ସଭାପତି ଭାବେ ଓ  ୨୦୨୪/୨୫ ରୋଟାରୀୟନ ନରେଶ କୁମାର ପାତ୍ରଙ୍କୁ ଗୋଲଡ଼ ସମ୍ପାଦକ ଭାବେ ଏବଂ ପ୍ରବୀଣ କୁମାର ସିପକାଙ୍କୁ ସେବାରତ୍ନ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି,ଏଥିସହ ରୋଟାରୀ କ୍ଳବ ଅଫ ମୁନିଗୁଡା ରୋୟାଲକୁ ୩ ଷ୍ଟାର କ୍ଳବର ମାନ୍ୟତା ସହିତ ମାନପତ୍ର ଓ ଟ୍ରଫି ଆୱାର୍ଡ ପ୍ରଦାନ କରାଯାଇଛି,ଏହି ଆୱାର୍ଡ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ରେଳ ବିଭାଗର ରେଲ ଅଡିଟରୀୟମ ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ଆୱାର୍ଡ ଗ୍ରହଣ ବେଳେ ରୋଟାରୀ କ୍ଳବର ସୁଦାମ ଚରଣ ପଣ୍ଡା,ନରେଶ କୁମାର ପାତ୍ର, କେ.ରମେଶ ରାଜୁ,ଜୋତିରାମ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ରୋଟାରୀ ୩୨୬୨ର ଡିଷ୍ଟିଡ଼ ଗଭର୍ଣ୍ଣର  ୨୦୨୪/୨୫ ଯଜ୍ଞାସିସ ମହାପାତ୍ର ଓ ତିନି ତିନିଟି ୱାର୍ଲଡ ରେକର୍ଡ କରିଥିବା ପ୍ରଥମ ମହିଳା ଇଟୁନୁ ମହାପାତ୍ରଙ୍କ ଠାରୁ ଗ୍ରହଣ କରିଥିଲେ, ସେହିପରି ପ୍ରଥମ ମହିଳା ଭାବେ ରୋଟାରୀୟନ ଇଟୁନୁ ମହାପାତ୍ର ତିନି ତିନିଟି ୱାର୍ଲଡ ରେକର୍ଡ ଗ୍ରହଣ କରିଛନ୍ତି ଯାହାକି ଓଡିଶା ଗର୍ବ ଓ ଗୌରବ ଆଣିଦେଇଛନ୍ତି, ରୋଟାରୀ କ୍ଳବ ଅଫ ମୁନିଗୁଡା ରୋୟାଲର ଏହି ସଫଳତା ପାଇବା ପରେ ରୋଟାରୀ ୩୨୬୨ ପ୍ରତି ତାଙ୍କ ଅବଦାନ ଅତୁଳନୀୟ ଓ ପ୍ରଶଂସନୀୟ ରୋଟାରୀ କ୍ଳବ ଅଫ ମୁନିଗୁଡା ରୋୟାଲ କ୍ଳବର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଆଜି ସଫଳତା ମିଳିଛି ବୋଲି ପୂର୍ବତନ ସଭାପତି ସୁଦାମ ଚରଣ ପଣ୍ଡା ପ୍ରକାଶ କରିଛନ୍ତି,
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ