ରୋଟାରୀ କ୍ଳବର ନୂତନ କର୍ମକର୍ତା ମାନଙ୍କ ଦ୍ୱାରା ନିଶନିବାରଣ କେନ୍ଦ୍ରରେ ରୋଗୀଙ୍କୁ କିଟ ବଣ୍ଟନ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ରୋଟାରି କ୍ଳବ ର ୧୮ତମ ଅଧିଷ୍ଠାନ ଦିବସ ପାଳନ ଅବସର ରେ କ୍ଳବ ର ନୂତନ  ସଭାପତି ତଥା ହାଇକୋର୍ଟ ଆଡଭୋକେଟ ପଦ୍ମ ଚରଣ ସାହୁ,ନୂତନ ସମ୍ପାଦକ ଡମ୍ବୁରୁଧର ସାହୁ, ଡିଷ୍ଟି ଗଭର୍ଣ୍ଣର ମନୋଜ କୁମାର ତ୍ରିପାଠୀ, ଆସିଷ୍ଟାଣ୍ଡ ଗଭର୍ଣ୍ଣର ବିଭୁ ପ୍ରସାଦ ମହାପାତ୍ର, ଚାର୍ଟର ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଚାର୍ଟର ସମ୍ପାଦକ ସୁରଜିତ ସାମନ୍ତରା, ପୂର୍ବତନ ସଭାପତି ଡ଼ଃ ବିମଳ ପ୍ରସାଦ ସାହୁ, ପୂର୍ବତନ ସମ୍ପାଦକ ଦ୍ୱାରକା ପ୍ରସାଦ ପଟ୍ଟନାୟକ, ରୋଟାରିୟନ ନିରଞ୍ଜନ ପାତ୍ର, ଏମ. ଧନଞ୍ଜୟ ରେଡ୍ଡୀ ଙ୍କ ସମେତ କ୍ଳବ ର ଅନ୍ୟାନ୍ୟ ସଦସ୍ୟ / ସଦସ୍ୟା ମାନେ ସ୍ଥାନୀୟ ପୁରୁଣା ପୋଲିସ ଲାଇନ ସ୍ଥିତ ନିଶାନିବାରଣ କେନ୍ଦ୍ର ପରିଦର୍ଶନ କରିଥିଲେ, ସେଠାରେ ଥିବା ରୋଗୀମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ସୁବିଧା / ଅସୁବିଧା କଥା ପଚାରି ବୁଝିଥିଲେ, ଏହା ସହିତ ରୋଗୀମାନଙ୍କୁ ରୋଟାରି କ୍ଳବ ପକ୍ଷରୁ ବିଭିନ୍ନ ସାମଗ୍ରୀ ର କିଟ ବଣ୍ଟନ କରିଥିଲେ,ଏହି ଅବସର ରେ ଡାକ୍ତର ବିଷ୍ଣୁ ପ୍ରିୟା ସେଠି କ୍ଳବ ର ନୂତନ ସଦସ୍ୟ ଗ୍ରହଣ କରିଥିଲେ, ଆଗାମୀ ଦିନରେ କ୍ଳବ ପକ୍ଷରୁ ଏଭଳି ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ ଜାରି ରହିବ ବୋଲି ନୂତନ ସଭାପତି ପଦ୍ମ ଚରଣ ସାହୁ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ