ପେଟାନାଳର ଉନ୍ନତିକରଣ ନିମନ୍ତେ ୨୯ କୋଟି ଟଙ୍କା ମଞ୍ଜୁର

କଟକ, (ଓ୍ବାଇଏନଏସ): କଟକ ସହରର ସର୍ବପୁରାତନ ନାଳ ମଧ୍ୟରୁ ପରିଚିତ ପେଟାନାଳର ଉନ୍ନତିକରଣ ନିମନ୍ତେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୨୯ କୋଟି ୩୬ ଲକ୍ଷ ୨୩ ହଜାର ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି। ଏଥି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପର୍ଣ ହେବ ବୋଲି ଡ୍ରେନେଜ ବିଭାଗର ମୁଖ୍ୟଯନ୍ତ୍ରୀ ଅଭିନାଶ ରାଉଳ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ଏହି ପରିମାଣର ଅର୍ଥ ମିଳିଥିବାରୁ ଫେଜ-୧ ର ବଳକା କାର୍ଯ୍ୟ କରାଯିବ। କୃଷକ ବଜାର ପୋଲ ଠାରୁ ୨. ୭ କି.ମି. ନାଳ ବିଡାନାସୀ ପୋଲ ପର୍ଯ୍ୟନ୍ତ ସମ୍ପର୍ଣ କରାଯିବ। ସୂଚନାଯୋଗ୍ୟ ଯେ, ସହରର ଉନ୍ନତିକରଣ ନିମନ୍ତେ ବିଧାୟିକା ଶୋଫିଆ ଫିର୍ଦୋଷ ବିଧାନସଭାରେ ତଥ୍ୟ ଉପସ୍ଥାପନା କରିଥିବା ବେଳେ କେବଳ ପେଟାନାଳକୁ ଗୁରୁତ୍ୱ ଦେଇଥିଲେ। ବାରମ୍ବାର ଦାବି ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ଫ୍ଲଡ କଣ୍ଟ୍ରୋଲ ବୋର୍ଡକୁ ତଦାରଖ କରିବା ସହ ତଦନ୍ତ ରିପୋର୍ଟ ମାଗିବା ପରେ ରାଜ୍ୟ ଫ୍ଲଡ କଣ୍ଟ୍ରୋଲ ବୋର୍ଡ ଫେଜ ଏକର ବକେୟା କାର୍ଯ୍ୟ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁପାରିସ କ୍ରମେ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଥିଲା। ଏହି ଅର୍ଥ ବିନିଯୋଗ କ୍ରମେ ଆସନ୍ତା ୨୦୨୭ ଜୁନ ମଧ୍ୟରେ କାର୍ଯ୍ୟ ସମ୍ପର୍ଣ ହେବ ବୋଲି କାର୍ଯ୍ୟ ନିର୍ଭହୀ ଯନ୍ତ୍ରୀ ସୌରଭ ସାହୁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ