ସୁବର୍ଣ୍ଣେଶ୍ୱରଙ୍କ ପୀଠରେ ରୁଦ୍ରାଭିଷେକ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରରେ ଆସିକା ନିକଟସ୍ଥ ମହାପ୍ରଭୂ ସୁବର୍ଣ୍ଣେଶ୍ୱରଙ୍କ ପୀଠରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ଆସିକା ଅଞ୍ଚଳର ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶ ଓ ସଂଜୀବ କରଙ୍କ ମନ୍ତ୍ରୋଚାରଣରେ ମହାପ୍ରଭୂ ସୁବର୍ଣ୍ଣେଶ୍ୱରଙ୍କ ପୀଠରେ ସୋମବାର ଏକ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ କର୍ତ୍ତା ରୂପେ ଆଧ୍ୟାତ୍ମିକପ୍ରେମୀ କୈଳାଶ ଚନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ବନ୍ଦିତା ପ୍ରଧାନଙ୍କ ସମେତ ଦୁଇ ପୁତ୍ର ପ୍ରବୀର କୁମାର ପ୍ରଧାନ ଓ ବିନାୟକ କୁମାର ପ୍ରଧାନ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ଶୈବପୀଠ ସୁବର୍ଣ୍ଣେଶ୍ୱରଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଏହି ରୁଦ୍ରାଭିଷେକ କାର୍ଯ୍ୟକ୍ରମରେ ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଟପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ଏନ୍ଏସିର କାଉନସିଲର ସରୋଜ କୁମାର ଭଂଜ ଓ ରାଘବ ସିୟ, ସମାଜସେବୀ ଶିବପ୍ରସାଦ ଶତପଥୀ, ବିଷ୍ଣୁକେଶରୀ ଉପାଧ୍ୟାୟ, ବୁଲୁ ସ୍ୱାଇଁ, ମୁନା ସେନାପତି, କାହ୍ନୁଚରଣ ପାତ୍ର, ବୁନା ପାତ୍ର, ଦୁର୍ଗାବାଇ ବୈଠାରୁ, ମଦନ ମୋହନ ନାୟକଙ୍କ ସମେତ ଶତାଧୀକ ଅଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିବା ଦେଖିବାକୁ ମିଳିଥିଲା ।