ରୁପାଲୀ ପାତ୍ରଙ୍କୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପୁରସ୍କାର

ବୁଗୁଡ଼ା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ୍ କଲେଜ ର ରାଜନୀତି ବିଜ୍ଞାନ ବିଭାଗ ଓ ଯୁବ ରେଡକ୍ରସ୍ ୟୁନିଟ୍ ର ଉତ୍ସର୍ଗୀକୃତ ସ୍ବେଚ୍ଛାସେବୀ ରୁପାଲୀ ପାତ୍ର ତାଙ୍କର ସମାଜ ପାଇଁ ଉତ୍ସର୍ଗୀକୃତ ସମାଜସେବା ପାଇଁ ଓଡିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟସ ଫୋରମ ତରଫରୁ ରାଜ୍ୟ ସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ୨୦୨୫ ମଇ ୨୧ ତାରିଖ ଦିନ ପ୍ରଦାନ କରାଯାଇଛି। ଓଡ଼ିଶାର ବିଭିନ୍ନ କଲେଜର ୩୬ ଜଣ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟ ପାଇଁ ମନୋନୀତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବୁଗୁଡା ପିପୁଲସ କଲେଜର ଛାତ୍ରୀ ରୁପାଲି ଅନ୍ୟତମ। ରୁପାଲି ତାଙ୍କ ପଢ଼ା କ୍ୟାରିୟରରେ ୩ ଥର ରକ୍ତଦାନ, ୫୦ ରୁ ଅଧିକା ବୃକ୍ଷ ରୋପଣ, ୨ ଟି ସ୍ୱାସ୍ଥ୍ୟ ଶିବିର, ୩୦ ରୁ ଅଧିକା ଥର କ୍ୟାମ୍ପସ କ୍ଲନିଙ୍ଗ୍ ପ୍ରୋଗ୍ରାମ୍ ରେ ସକ୍ରିୟ ଅଂଶ ଗ୍ରହଣ, ଆଞ୍ଚଳିକ, ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ଯୁବ ରେଡ଼ କ୍ରସ କ୍ୟାମ୍ପରେ ଶ୍ରେଷ୍ଠ ସ୍ବେଛାସେବୀ ପୁରସ୍କାର ପାଇବା ସହ ପିପୁଲ୍ସ୍ କଲେଜ୍ ର ସମସ୍ତ ଯୁବ ରେଡକ୍ରସ କାର୍ଯ୍ୟକ୍ରମରେ  ଆଗଧାଡିର ସ୍ବେଛାସେବୀ ଭାବେ ନିଜକୁ ନିୟୋଜିତ କରିଥାନ୍ତି। ରୁପାଲୀ ବୁଗୁଡା ବ୍ଲକ ଅନ୍ତର୍ଗତ କାନସୁକା ଗ୍ରାମ ର ବାବୁଲା ପାତ୍ର ଓ ରୀନା ପାତ୍ର ଙ୍କ ସୁଯୋଗ୍ୟା କନ୍ୟା। ତାଙ୍କର ଏହି ସଫଳତାର ଶ୍ରେୟ  ସେ  ନିଜର ପିତା ମାତା, ଯୁବ ରେଡ଼ କ୍ରସ ର ଜିଲ୍ଲା ସଂଯୋଜକ ଡ଼ଃ ଜଗଦୀଶ ପାଳ, ପୂର୍ବତନ ଜିଲ୍ଲା ସଂଯୋଜକ ବି. ଗୋବିନ୍ଦ ରାଓ, କଲେଜ ର ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ପୂର୍ବତନ ଯୁବ ରେଡ଼ କ୍ରସ ଉପଦେଷ୍ଟା ଅଧ୍ୟାପକ ଡ଼ଃ ବିନୋଦ କୁମାର କର, ଡ଼ଃ ସନ୍ଧ୍ୟାରାଣୀ ସାହୁ, ବର୍ତ୍ତମାନର ଯୁବ ରେଡ଼ କ୍ରସ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଓ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗେ, ଅଧ୍ୟାପକ ଲୋକନାଥ ବେହେରାଙ୍କୁ ପ୍ରଦାନ କରିଛନ୍ତି। ତାଙ୍କର ଏ ସଫଳତା ପାଇଁ କଲେଜ୍ ପରିସରରେ ଖୁସିର ବାତାବରଣ ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ