ଗ୍ରାମାଞ୍ଚଳ ଆଲୋକୀକରଣ ପ୍ରହସନ : ଅଧିକାଂଶ ଲାଇଟି ଅଚଳ, ହେଉନି ମରାମତି
କାକଟପୁର /ଅସ୍ତରଙ୍ଗ (ସୁଭାଶିଷ ଖଣ୍ଡୁଆଳ):-ଗ୍ରାମାଞ୍ଚଳ କୁ ସହରୀ ଢାଞ୍ଚାରେ ରୂପାନ୍ତରିତ କରାଯିବା ଲକ୍ଷ୍ୟ ନେଇ ୨୦୧୮-୧୯ଆର୍ଥିକ ବର୍ଷରେ ଚତୃର୍ଦ୍ଧଶ କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଆର୍ଥିକ କମିଶନ ଅନୁଦାନରେ ପୁରୀ ଜିଲ୍ଲା ଅସ୍ତରଙ୍ଗବ୍ଲକ ୧୫ଟି ପଂଚାୟତ ରେ ଥିବା ପ୍ରତ୍ୟେକ ରାଜ୍ଵସ ଗ୍ରାମକୁ ମୁଖ୍ୟରାସ୍ତା ସମେତ ଗଳି ରାସ୍ତାରେ ବିଦ୍ୟୁତ କରଣ କରାଯାଇଥିଲା। ସେତେବେଳେ ସମସ୍ତ ନିତୀନିୟମ କୁ ଦଳିମକଚି ମନଇଚ୍ଛା ସମ୍ପୂକ୍ତ ସରପଞ୍ଚ ସୋଲାର ଲାଇଟି ସମେତ ବିଦ୍ୟୁତ ଲାଇଟି ଲଗାଇଥିଲେ। ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ରେ ନିଦ୍ଧିଷ୍ଟ ସ୍ଥାନରୁ ମନଇଚ୍ଛା ଠିକାସଂସ୍ଥା ଦ୍ୱାରା ଚଞ୍ଚକତା କରି ଯନ୍ତ୍ରାଂଶ କିଣାଯାଇଥିଲା। ଏ ନେଇ କୌଣସି ଟେଣ୍ଡର କରାଯାଇନଥିଲା କି କୋଟେସନ ମଗାଯାଇ ନଥିଲା। ବିଡ଼ିଓ କେତେବେଳେ ଅନୁମତି ଦେଲେ ସେ ସବୁପ୍ରତି ମଧ୍ୟ ଆଖି ବୁଜି ଦିଆଗଲା।ଖାଲି ସେତିକି ନୁହେଁ, କେଶ ରେକର୍ଡ ମଧ୍ୟ ଖୋଲା ଗଲା ନାହିଁ। ମନଇଚ୍ଛା ଯିଏ ଯେଉଁଠି ପାରିଲା ଲାଇଟି ଲଗାଇଦେଲେ ଏମିତି କି ଦଳୀୟ ଲୋକଙ୍କ ଘର ଦେଖି ଲାଇଟି ମଧ୍ୟ ଲାଗିଛି। ଏଥି ପାଈଁ ଲାଇଟି ପିଛା ୧୫ହଜାର ଟଙ୍କା ଠାରୁ ଆଉ ଅଧିକ ମୂଲ୍ୟ ବି ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଥିଲା। କେଉଁଠି ନିମ୍ନମାନର ସେନ୍ସର ସାଙ୍ଗକୁ ନିମ୍ନମାନର ଲାଇଟି ଲଗାଯାଇଥିଲେ ବି ତାହା ପରବର୍ତ୍ତୀ ଅବସ୍ଥା କେହି ଦେଖିଲେ ନାହିଁ। କେତେକ ସ୍ଥାନରେ ମିନିହାଇମାଷ୍ଟ ମଧ୍ୟ ଲାଗିଲା। କିଛି ଦିନ ପରେ ଲାଗିଥିବା ନିମ୍ନମାନର ସେନ୍ସର ଖରାପ ହୋଇଯିବାରୁ ସିଧାସଳଖ ବିଦ୍ୟୁତ ସଂଯୋଗ କରାଯାଇ ସୁଇସ ସିଷ୍ଟମ କରାଗଲା। ଏବେ କେଉଁଠି ଆଲୁଅ ଜଳୁଛି ତ ଆଉ କେଉଁଠି ଦିନ ରାତି ଧପ୍ ଧପ୍ ହେଉଛି। ବିଦ୍ୟୁତ ଖୁଣ୍ଟରୁ ସଂଯୋଗ ଦିଆଯାଇଥିବାରୁ ବର୍ଷା ପାଣି ପଶି ସୁଇସ ଅଚଳ ହୋଇ ପଡିବା ସହ ବିଦ୍ୟୁତ ଆଘାତ ଲାଗୁଚି। ସେଥିପ୍ରତି କାହାର ନିଘା ନାହିଁ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବିଭିନ୍ନ ପଂଚାୟତରେ ଲାଗିଥିବା କେତେକ ବଲ ଖରାପ ହୋଇ ପଡିବାରୁ ତାହା ମରାମତି ପାଈଁ ଖୋଲି ନିଆଯାଇଥିଲେ ବି ମରାମତି କରାଯାଉ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ପଂଚାୟତ କୁ ଗ୍ରାମପଂଚାୟତ ଡେଭେଲପମେଣ୍ଟ ପୋଗ୍ରାମ (ଜିପିଡିପି )ପଇସା ଦିଆଯାଇ ଥିଲେ ବି ଏସବୁ ରକ୍ଷଣାବେକ୍ଷଣ ଓ ମରାମତି କରାଯାଉ ନାହିଁ। ଅଚଳ ବଲ ରୁ ଝୁଲି ରହିଥିବା ସୁଇସି ସକ ଲାଗୁଥିଲେ ବି ତାହା ଖୋଲା ଯାଉନାହିଁ। ଏ ନେଇ ବହୁବାର ଅସ୍ତରଙ୍ଗ ବ୍ଲକ ବିଭିନ୍ନ ପଂଚାୟତ ଲାଇଟି ସମସ୍ୟା ବିଡ଼ିଓ ସୁଶ୍ରୀ ଶସ୍ମିତା ବେହେରା ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସେ ସବୁ ପଂଚାୟତର କାମ ଓ ଏଥି ପ୍ରତି ସେ ଦୃଷ୍ଟି ଦେବେ ବୋଲି ଯାହା ଖାଲି କହିଆସୁଥିଲେ ହେଁ ତାହାର କୌଣସି ସୁଫଳ ମିଳିପାରୁନାହିଁ।


