ବିଜୁ ଜନତା ଦଳର ଛତ୍ରପୁର ବ୍ଲକ ସଭାପତି ହେଲେ ଏସ. ଚକ୍ରପାଣି ଏବଂ ନଗର ସଭାପତି ବି. ରାଜୁବାବୁ
ଛତ୍ରପୁର,(ଓ୍ବାଇଏନଏସ): ରାଜ୍ୟ ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ଛତ୍ରପୁର ବ୍ଲକ ଏବଂ ନଗର ସଭାପତି ନିଯୁକ୍ତ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଅଭିଜ୍ଞତା କୁ ଦେଖି ପୁଣି ଥରେ ଛତ୍ରପୁର ନଗର ବିଜେଡି ସଭାପତି ଭାବେ ପୂର୍ବତନ କାଉନସିଲର ବି. ରାଜୁବାବୁ ଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି l ସେହିପରି ଶ୍ରମିକ ନେତା ଓ ସୁଗଠକ ଭାବେ ପରିଚିତ ଶ୍ରୀରାମଚନ୍ଦ୍ରପୁର ପଂଚାୟତ ର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ ଙ୍କୁ ଛତ୍ରପୁର ବ୍ଲକ ବିଜେଡି ସଭାପତି ଭାବେ ବଡ଼ ଦାୟିତ୍ୱ ଦିଆଯାଇଛି l ସଭାପତି ଭାବେ ନିଯୁକ୍ତ ପାଇବା ପରେ ଉଭୟ ଙ୍କୁ ଦଳୀୟ ନେତାଓ କର୍ମୀ ଏବଂ ନିର୍ବାଚିତ ପ୍ରତିନିଧିମାନେ ଶୁଭେଚ୍ଛା ଜଣାଇଛନ୍ତି। ଦଳୀୟ ସଂଗଠନ କୁ ସୁଦୃଢ କରିବା ସହ ଜନସାଧାରଣ ଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି ଉଭୟ ମତ ବ୍ୟକ୍ତ କରିଛନ୍ତି। ଏହା ସହିତ ଉଭୟ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବ ତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏବଂ ଦଳର ରାଜ୍ୟ, ଜିଲ୍ଲା, ସ୍ଥାନୀୟ ନେତୃବୃନ୍ଦ ଓ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l


