ଛତ୍ରପୁର ନୂତନ ଥାନା ଅଧିକାରୀଭାବେ ସବ୍ୟସାଚୀ ମଲ୍ଲଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର,(ଓ୍ବାଇଏନଏସ) : ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ବୁଧବାର ସବ୍ୟସାଚୀ ମଲ୍ଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଗଞ୍ଜାମ ପୋଲିସ ଜିଲ୍ଲାର ଚମାଖଣ୍ଡି ଥାନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ତାଙ୍କର ଛତ୍ରପୁର ଥାନା କୁ ବଦଳି ହୋଇଥିଲା । ଶ୍ରୀ ମଲ୍ଲ ଆଜି ଛତ୍ରପୁର ଥାନା ଅଧିକାରୀ ଭାବେ ନିଜ ଦାୟିତ୍ୱ ଗ୍ରହଣ କରିବା ପରେ ଥାନାର ସମସ୍ତ କର୍ମଚାରୀ, ସହରର ବୁଦ୍ଧିଜୀବୀ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଛତ୍ରପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେବେ । ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବା ସହ ପୁଲିସ ପାଟ୍ରୋଲିଂକୁ କଡାକଡ଼ି ପାଳନ କରିବାକୁ ପ୍ରତିଶୃତି ଦେଇଛନ୍ତି ଥାନା ଅଧିକାରୀ ଶ୍ରୀ ମଲ୍ଲ । ଏହା ପୂର୍ବରୁ ମୟୁରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଶ୍ରୀ ମଲ୍ଲ ନିଜର କାର୍ଯ୍ୟ ସୂଚାରୁ ରୂପେ ତୁଲାଇଛନ୍ତି । ଏହା ସହିତ ସେ ଜଣେ ଦକ୍ଷ ଓ ଶେଷ୍ଠ ଅଫିସର ଭାବେ ମଧ୍ୟ ସମ୍ନାନିତ ହୋଇଥିବା ସୂଚନା ମିଳିଛି


