ସାଧନା ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକସ୍ଥିତ ସାଧନା ବିଦ୍ୟା ମନ୍ଦିରର ୧୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ନବ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ଭଦ୍ରକ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ.ଗୋଲକ ବିହାରୀ ସାହୁ, ମୁଖ୍ୟ ଅତିଥି ଭାବେ ବନ୍ତ ଥାନାଧିକାରୀ ମୋନାଲିସା କର, ମୁଖ୍ୟ ବକ୍ତା ଭାବେ ପଡିଆବେଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ସ୍ତମ୍ଭକାର ଡଃ.ପ୍ରଫୁଲ୍ଲ କୁମାର ସାହୁ, ସମ୍ମାନୀତ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଶଶୀ ଶେଖର କରଶର୍ମା, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ସମ୍ବଳ ଶିକ୍ଷାଧିକାରିଣୀ ଟୁନାବାଳା ଦାସ, ଭଦ୍ରକ ବାରଆସୋସିଏସନର ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ କାର୍ତ୍ତିକେଶ୍ୱର ଖୁଣ୍ଟିଆ, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ବାରିକଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ ଶିକ୍ଷକ ହୃଷିକେଶ ବାରିକ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ, ବରିଷ୍ଠ ଶିକ୍ଷକ ବାବାଜି ଚରଣ ଦଳେଇ ଅତିଥି ପରିଚୟ, ଅଧ୍ୟକ୍ଷା ସିଲିରାଣୀ ବାରିକ ସ୍ୱାଗତ ଭାଷଣ, ବିଦ୍ୟାଳୟର ପ୍ରତିଷ୍ଠାତା ପଦ୍ମଲୋଚନ ବାରିକ ବାର୍ଷିକ ବିବରଣୀ ପାଠ, ଅବସରପ୍ରାପ୍ତ ଶିକ୍ଷକ ଦିଗମ୍ବର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ବୀଣାପାଣି ଜେନା, ରୀନାବାଳା ରଥ, ବନିତା ଜେନା, ପର୍ଶୁରାମ ବାରିକ, ରମେଶ ବାରିକଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।