ଦିବ୍ୟ ଜୀବନ ସଂଘ ପକ୍ଷରୁ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀ

ଆସିକା (ୱାଇଏନ୍‍ଏସ୍‍) ପୃଥିବୀରେ ଶାନ୍ତି ପ୍ରତିଷ୍ଠା ଓ ଆଧ୍ୟାତ୍ମିକବାଣୀର ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରତିଷ୍ଠିତ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ତାଙ୍କର ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଆତ୍ମଜିବନୀ, ଉପଦେଶ ଓ ଆଧ୍ୟାତ୍ମିକ ବାର୍ତ୍ତାର ସନ୍ଦେଶ ପ୍ରଦାନ ପାଇଁ ସଦାସର୍ବଦା ପ୍ରୟାସ ଜାରି ରଖିଥିବା ସ୍ଥାନୀୟ ବସ୍‌ଷ୍ଟାଣ୍ଡ ସ୍ଥିତ ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟଜିଲ୍ଲାର ୨୧ତମ ବାର୍ଷିକ ଉତ୍ସବ ଅବସରରେ ବୁଧବାର ଶ୍ରୀ ଗୁରୁପାଦୁକା ପୂଜା, ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ଭଜନ କିର୍ତ୍ତନ, ଗୁରୁ ପାଦୁକା ପୂଜା, ଜଳଯୋଗ, ଭଜନକୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ ଓ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ଏକ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଦିବ୍ୟଜୀବନ ସଂଘ ଶାଖାର ସଭାପତି ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଏକଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଆସିକା ଦିବ୍ୟଜିଲ୍ଲା ତଥା ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘର ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଯୋଗଦେଇ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରି ସଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଜୀବନୀ, ବାଣୀ, ଆଦର୍ଶ, ଉପଦେଶ ଓ ଆଧ୍ୟାତ୍ମିକ ପଥ ଉପରେ ଆଲୋକପାତ କରି ସେବା, ପ୍ରେମ, ଦାନ, ଧ୍ୟାନ, ପବିତ୍ରତା ମାଧ୍ୟମରେ ସ୍ୱାମୀ ଶିବାନନ୍ଦଙ୍କ ବାଣୀଙ୍କୁ ଭକ୍ତମାନେ ଦୈନନ୍ଦିନ ଜୀବନରେ ପାଳନ କରିବା ସହ ଦୁଃଖୀ, ଗରିବଙ୍କୁ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସନ୍ଥ ପୂଜ୍ୟଶ୍ରୀ ସ୍ୱାମୀ ଉମାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ ପ୍ରମୁଖ ଯୋଗଦେଇ ସଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ ଏକ ସ୍‌ୁସ୍ଥ ସମାଜ ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ। ଦିବ୍ୟ ଜୀବନ ସଂଘ ଆସିକା ଦିବ୍ୟ ଜିଲ୍ଲା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଏକ ଦିବସୀୟ ସାଧନା ଶିବିର ଓ ଆଧ୍ୟାତ୍ମିକ ସମ୍ମିଳନୀରେ ଭେଟନଇ, ମଣ୍ଟାପଡା, ଖଣ୍ଡବନ୍ଧ, ବାବନପୁର, କବିସୂର୍ଯ୍ୟନଗର, ମୁଣ୍ଡମରାଇ, ବାଲିଛାଇ, ଷୋଳଷଳା, ବୁଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଦିବ୍ୟ ଜୀବନ ସଂଘର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଦିବ୍ୟଜୀବନ ସଂଘ ଆସିକା ଶାଖାର ପୂର୍ବତନ ବରିଷ୍ଠ ସଦସ୍ୟା ତଥା ଆଧ୍ୟାତ୍ମିକପ୍ରେମୀ ଭକ୍ତ ସ୍ୱର୍ଗତା ସୀତା ବେହେରାଙ୍କ ପବିତ୍ର ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ତାଙ୍କର ସୁପୁତ୍ର ଖମ୍ବେଶ୍ୱରୀପାଟଣା ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ଡି.ଏନ୍‍.ବେହେରା (ବାପୁ)ଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଯୋଗଦେଇ ନିଜ ଅଭିଭାଷଣରେ କହିଲେ ଯେ ଆଧ୍ୟାତ୍ମିକ ବାର୍ତ୍ତା ଦ୍ୱାରା ସମାଜର ଓ ଆଧ୍ୟାତ୍ମିକ ସାଧନା ଦ୍ୱାରା ମନୁଷ୍ୟର ପରିବର୍ତ୍ତନ ସମ୍ଭବ । ପରିବର୍ତ୍ତନ ହେଉଛି ସମଗ୍ର ସୃଷ୍ଟିର ନିୟମ । ରାତି ପରେ ଦିନ ଏବଂ ଦିନପରେ ରାତି, ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ସୁଖ ଏହା ହେଉଛି ସଂସାରର ନିୟମ । ତେଣୁ ଜଗଦ୍‌ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଯେଉଁ ଉପଦେଶ ଓ ଦିଗ୍‌ଦର୍ଶନ ଦେଇ ଯାଇଛନ୍ତି ତାହାକୁ ଯୁବପିଢୀ ଓ ସଚେତନ ନାଗରିକ ମାନେ ପାଳନ କରିବାକୁ ଆହ୍ୱାନ କରିବା ସହ ଶାରୀରିକ ସୁଦ୍ଧତା, ମାନସିକ ବିକାଶ ଓ ଆତ୍ମୋନ୍ନତି ଲାଭ କରିବା ସଙ୍ଗେ ସଙ୍ଗେ ସତ୍ୟବ୍ରତୀ, ସଦାଚାରୀ ଓ ପରୋପକାରୀ ନାଗରିକ ହୋଇ ସମାଜର ପୂର୍ଣ୍ଣାଙ୍ଗ ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଆଧ୍ୟାତ୍ମିକ ସମ୍ମିଳନୀ ଓ ସାଧନା ଶିବିରକୁ ସୁପରିଚାଳନା କରିବା ଦିଗରେ ଆସିକା ଦିବ୍ୟଜୀବନ ସଂଘ ଶାଖାର ସମ୍ପାଦକ ରାମଚନ୍ଦ୍ର ପାଣିଗ୍ରାହା, ଉପଦେଷ୍ଟା ଦେବହରି ମହାନ୍ତି, ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ଅଶ୍ୱିନୀ କୁମାର ବିଷୋୟୀ, ତ୍ରିଲୋଚନ ପାଣିଗ୍ରାହୀ, ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ, ବିଜୟ ଚନ୍ଦ୍ର ସାସମଲ, ଭାସ୍କର ଆଚାରୀ, ଲକ୍ଷ୍ମୀ ନାରାୟଣ ଆଚାରୀ, ବାଲରାଜୁ ଆଚାରୀ, ସୁଧାଂଶୁ କୁମାର ପଣ୍ଡା, ଟୁନା ଆଚାରୀ, ବସନ୍ତ କୁମାର ମହାନ୍ତି, ଲକ୍ଷ୍ମୀ ନାରାୟଣ ନାୟକ, ନାରାୟଣ ବିଶ୍ୱାଳ, ନାରାୟଣ ସାହୁ, କେ.ମନମୋହନ ସେନାପତି, ଡି.ଶଙ୍କର ନାରାୟଣ ପାତ୍ର, ଦିଲୀପ କୁମାର ଗୌଡ, ରବିନାରାୟଣ ପାତ୍ର, ସୋମନାଥ ପ୍ରଧାନ, କାହ୍ନୁଚରଣ ପ୍ରଧାନ, ପ୍ରଶାନ୍ତ କୁମାର ବିଷୋୟୀ, ପ୍ରଦୀପ କୁମାର ରାଉତ, ବନମାଳୀ ସ୍ୱାଇଁ, ବଂଶୀଧର ପ୍ରଧାନ, ସୁରେଶ ଚନ୍ଦ୍ର ପାତ୍ର, ସଂଜୟ କୁମାର ସାହୁ, ନାଗେଶ୍ୱର ଆଚାରୀ, ତ୍ରିନାଥ ପାତ୍ର, ନମିତା ଦାଶ, ସୁନିତା ନାୟକ, ଲକ୍ଷ୍ମୀ ପ୍ରଧାନ, ରୀନା ପ୍ରଧାନ, ସ୍ୱରୂପା ପୃଷ୍ଟି, ଲକ୍ଷ୍ମୀ ଆଚାରୀ, ପ୍ରିୟଲତା ପଣ୍ଡା, ଚନ୍ଦ୍ରମା ଶତପଥୀ, ନହାରିକା ମହାନ୍ତି, ମିନତୀ ମହାପାତ୍ର, ଅନିତା ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ