ସାଧୁ ସ୍ୱାଧାୟ ସଙ୍ଗମ କାର୍ଯ୍ୟକ୍ରମ ଉଦଯାପିତ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ପବିତ୍ର ସୁନିଆର ଶୁଭମୁହୂର୍ତ୍ତରେ ପ୍ରାନ୍ତ ଧର୍ମଜାଗରଣ ସମନ୍ୱୟ ସଂସ୍କୃତି ଆୟମ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲା ଧର୍ମଜାଗରଣ ସମନ୍ୱୟ ସହଯୋଗରେ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ତତ୍ୱାବଧାନରେ “ସାଧୁ ସ୍ୱାଧାୟ ସଙ୍ଗମ -୨୦୨୫” ନାମରେ ଏକ ଭବ୍ୟ କାର୍ଯ୍ୟକ୍ରମ ଗୁରୁବାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆୟୋଜନ କରାଯାଇଥିଲା। ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦଜୀ, ପ୍ରାନ୍ତ ସଂସ୍କୃତି ପ୍ରମୁଖ ସ୍ୱାମୀ ସ୍ମୃତିସାଗର ମହାରାଜ, ସ୍ୱାମୀ ସଚ୍ଚିଦାନନ୍ଦ ମହାରାଜ, ସ୍ୱାମୀ ବିଶ୍ୱନାଥ ମହାରାଜ,ତ୍ରୈଲୋକ୍ୟକେଶରୀ ଭାରତୀ ମହାରାଜ ଓ ଶିବାନନ୍ଦ ଆଶ୍ରମର ସ୍ୱାଧୀମାତା ଶ୍ରୀମା ସ୍ୱାମୀ ଦିବ୍ୟସୁରୂପାନନ୍ଦ ସରସ୍ୱତୀଙ୍କ କରକମଳରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା। ଶୁକ୍ରବାର ଜିଲ୍ଲାର ଦଶଟି ସ୍ଥାନ ଓ ମୁଖ୍ୟ ମୁଖ୍ୟ ହିନ୍ଦୁ ଗ୍ରାମରେ ସାଧୁସନ୍ଥ ମାନଙ୍କ ପ୍ରବାସ ରହି ସନ୍ଧ୍ୟା ୬ଟାରେ କାର୍ଯ୍ୟକ୍ରମ ସମାରୋପ କରାଯାଇଥିଲା। ସାଧୁ ସ୍ୱାଧାୟ-୨୦୨୫କାର୍ଯ୍ୟକ୍ରମ ସ୍ୱରୂପ ଦଶଟି ହିନ୍ଦୁ ଗ୍ରାମ ସମ୍ପର୍କ ତଥା ପରିବାର ସମ୍ପର୍କ ଯାତ୍ରା ଆକର୍ଷଣୀୟ ହେବା ସହିତ ଜିଲ୍ଲାର ଏକ ଆଧ୍ୟାତ୍ମିକ ପରିବେଶରେ ଭରିଦେଇଥିଲା। ଏହି ଯାତ୍ରା ସମୟରେ ପ୍ରତ୍ୟେକ ହିନ୍ଦୁ ଘର ଓ ପରିବାର ସନ୍ଥମାନଙ୍କୁ ନିଜ ପରିବାରରେ ପାଇ ଅତ୍ୟନ୍ତ ଖୁସି ଅନୁଭବ କରିବା ସହିତ ଭାବବିହ୍ୱଳ ହୋଇଯାଇଥିଲେ। ସନ୍ଥମାନଙ୍କୁ ଧୂପ,ଦ୍ୱୀପ ଓ ସଙ୍କୀର୍ତ୍ତନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିବା ସହିତ ସ୍ୱାଦିଷ୍ଟ୍ୟଞ୍ଜନମାନ ପ୍ରସ୍ତୁତ କରି ସନ୍ଥମାନଙ୍କୁ ସେବା ଉଦେଶ୍ୟରେ ପରସି ଦେଇଥିଲେ। ବହୁଦିନ ପରେ ହିନ୍ଦୁସମାଜ ମଧ୍ୟରେ ସନ୍ଥମାନଙ୍କ ଆଗମନ ହିନ୍ଦୁ ସମାଜ ପ୍ରତି ଏକ ଶୁଭ ସଙ୍କେତ ବୋଲି ବୁଦ୍ଧିଜିବୀମାନେ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ହିନ୍ଦୁମାନଙ୍କର ଥିବା ଛୁଆଁ ଅଛୁଆଁ ଅସ୍ପୃଶ୍ୟତା ବିରୋଧରେ ସାଧୁସନ୍ଥମାନଙ୍କର ଲଢେଇ ଶୁଭାରମ୍ଭ ହୋଇ ଆମେ ସମସ୍ତେ ହିନ୍ଦୁ ଓ ଆମ ମାନଙ୍କର ଏକ ମାତ୍ର ଜାତି ହିନ୍ଦୁ। ଆମ ଭିତରେ ଉଚ୍ଚନୀଚ୍ଚ ଭେଦଭାବ ନରଖି ଆମ୍ଭେ ସମସ୍ତେ ଗୋଟିଏ ମାତା ଭାରତୀର ସନ୍ତାନ ଏହି ବାର୍ତ୍ତା ଗ୍ରାମେ ଗ୍ରାମେ ବୁଲି ସାଧୁସନ୍ଥମାନେ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ସାଧୁସନ୍ଥ, କାର୍ଯ୍ୟକର୍ତ୍ତା, ଶୁଭେଛୁ ଉପସ୍ଥିତ ଥିବାବେଳେ ଉକ୍ତ କାର୍ଯ୍ୟକ୍ରମକୁ ଧର୍ମଜାଗରଣ କ୍ଷେତ୍ର ପ୍ରମୁଖ ବିନୟ ଭୂୟାଁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ଧର୍ମଜାଗରଣ ପ୍ରମୁଖ ଆଲୋକ ଖଟୁଆ, ବିଧି ପ୍ରମୁଖ ଚନ୍ଦ୍ରକାନ୍ତ ପ୍ରଧାନ, ପ୍ରାନ୍ତ ସହ ସଂସ୍କୃତି ପ୍ରମୁଖ ଶରତ ମହାପାତ୍ର, ରଶ୍ମୀରଞ୍ଜନ ମିଶ୍ର, ଅରବିନ୍ଦ ପଟ୍ଟନାୟକ, ବିଭାଗ ସଂଯୋଜକ ଗୋଲଖ ବେହେରା, ଜିଲ୍ଲା ସହସଙ୍ଘ ଚାଳକ ସଞ୍ଜୟ ପତ୍ରୀ, ବାଇଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଉମେଶ ଦାସ, ବିବେକାନନ୍ଦ ମହାରଣା, ଶଶାଙ୍କ ଜେନା, ମିଲନ ଓଝା, ଜୟଦେବ ପରିଡା, ମାଧବ ପ୍ରଧାନ, ଅଭିଜିତ ଦାସ, ନିକେତନ ଜେନା, ପ୍ରକାଶ ରାଉତ, ସୁଶିଲ ଦାସ, ଲକ୍ଷ୍ମୀସାଗର ମହାନ୍ତି, ଶାନ୍ତି ଭୁୟାଁ, ପ୍ରବୀଣ ବେହେରା, ସତ୍ୟପ୍ରକାଶ ନାୟକ, ପ୍ରତାପ ରାଉତ, ରାଜେନ୍ଦ୍ର ଗିରି ଓ ଖଣ୍ଡସ୍ତରର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରତିଦିନ ସହ ଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ