କେନ୍ଦୁଝରରେ ସାହାଣୀ କପ ଫୁଟବଲ ଟୁର୍ନାମେଣ୍ଟ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା କ୍ରୀଡାସଂସ୍ଥା ଆନୁକୂଲ୍ୟରେ ଏବଂ ଫୁଟବଲ ଆସୋସିଏସନ ଅଫ ଓଡିଶା ଓ ରାଜ୍ୟ କ୍ରୀଡା, ଯୁବସେବା ବିଭାଗ ସହାୟତାରେ ରାଜ୍ୟର ମର୍ଯ୍ୟାଦାପୂର୍ଣ୍ଣ ତଥା ସମ୍ମାନଜନକ ୬୪ତମ ସାହାଣୀ କପ ସିନିଅର ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତା ଆସନ୍ତା ୧୬ ତାରିଖ ବୁଧବାର ଠାରୁ କେନ୍ଦୁଝର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି l ଲିଗ କମ ନକ ଆଉଟ ପଦ୍ଧତିରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟ ଏକାଦିକ୍ରମେ କେନ୍ଦୁଝର, କେନ୍ଦ୍ରାପଡ଼ା, ବୌଦ୍ଧ ଓ ବ୍ରହ୍ମପୁର ଠାରେ ଚାରୋଟି ସ୍ଥାନରେ ୧୬ ତାରିଖ ଠାରୁ ୨୩ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏନେଇ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ସେଣ୍ଟ୍ରାଲ କୋପେରେଟିଭ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆୟୋଜକ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l କେନ୍ଦୁଝର ଜୋନରେ ଗ୍ରୁପ ‘ଏ ‘ ରେ ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବାଲେଶ୍ୱର ଏବଂ ଢେଙ୍କାନାଳ ସ୍ଥାନ ପାଇଥିବା ବେଳେ ଗ୍ରୁପ ‘ବି ‘ ରେ ଘରୋଇ କେନ୍ଦୁଝର ଡ ସହ ଯାଜପୁର, ରାଉରକେଲା ଷ୍ଟିଲପ୍ଲାଣ୍ଟ ଏବଂ ଅନୁଗୋଳ ଦଳ ସ୍ଥାନ ପାଇଛନ୍ତି l ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ଖେଳ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ପ୍ରଥମ ମ୍ୟାଚଟି ଅପରାହ୍ନ ୨ଟା ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଅପରାହ୍ନ ୪ଟା ରେ ଅନୁଷ୍ଠିତ ହେବ l ଆସନ୍ତା ୨୩ ତାରିଖରେ ଅପରାହ୍ନ ୪ଟା ରେ ଜୋନାଲ ଫାଇନାଲ ରାଉଣ୍ଡରେ ଗ୍ରୁପ ‘ଏ ‘ ର ବିଜେତା ଗ୍ରୁପ ‘ବି ‘ ର ବିଜେତାକୁ ଭେଟିବ lଏହି ଟୁର୍ନାମେଣ୍ଟର ସୁପରିଚାଳନା ପାଇଁ ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ସ୍ୱୀକୃତିପ୍ରାପ୍ତ ରେଫରୀ ସୁବ୍ରତ ପୁରୋହିତ, ଆଶୀର୍ବାଦ କାନୁନଗୋ, ଉତ୍କଳମଣି ବେହେରା, ଶୁଭମ ପାତ୍ର ଜିତେନ୍ଦ୍ରିୟ ଥାନାପତି, ଅରୁଣ ନାୟକ, ଦେବରାଜ ସ୍ୱାଇଁ, ଜଗନ୍ନାଥ କହ୍ନର, ରତ୍ନାକର ସୋରେନ, ବାପୁନ ମହାନ୍ତ, ସନ୍ତୋଷ ମହାକୁଡ଼ ଏବଂ ରାଇମୋହନ ମୁର୍ମୁ ପ୍ରମୁଖ ୧୨ ଜଣ ସ୍ଥାନ ପାଇଥିବା ବେଳେ ବରଗଡ଼ର ସୁରେଶ କୁମାର ଦାଶ ମ୍ୟାଚ କମିଶନର ଦାୟିତ୍ୱ ତୁଲାଇବେ ବୋଲି ଜଣାଯାଇଛି l ଏହି ପ୍ରତିଯୋଗିତାର ପ୍ରଦର୍ଶନକୁ ଭିତ୍ତିକରି ଜାତୀୟ ପ୍ରତିଯୋଗିତା ସନ୍ତୋଷ ଟ୍ରଫି ପାଇଁ ଖେଳାଳି ଚୟନ କରାଯିବ l ଗତକାଲି ଏହି ଟୁର୍ନାମେଣ୍ଟ ପାଇଁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଡ. ଜନାର୍ଦ୍ଦନ ଦାଶ, ଯୁଗ୍ମ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ, ରବୀନ୍ଦ୍ର କୁମାର ପାଢ଼ୀ, କୋଷାଧକ୍ଷ ସରୋଜ କୁମାର ରଣା, କାଉନସିଲ ସଦସ୍ୟ ସୁରେଶ ଚନ୍ଦ୍ର ରଣା ଓ  ସନାତନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ