ଚାପୁଣ୍ଡିଆରେ ପରିକ୍ଷିତ ସାହାଙ୍କ ସ୍ମୃତି ଚାରଣ ସଭା

ହାଟଡିହି (ବିକାଶ ବିଶ୍ବାଳ): ଚାପୁଣ୍ଡିଆ ଗ୍ରାମରେ ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ପରିକ୍ଷିତ ସାହାଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ସାହା କରଗୋଳା ମଧ୍ଯ ଇଂରାଜୀ ବିଦ୍ୟାଳୟ ରେ ଶିକ୍ଷକତା କରି ଚାକିରି ଜୀବନରୁ ଅବସର ଗ୍ରହଣ କରିବା ପରେ ଏ ଅଞ୍ଚଳର ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିଲେ। ଆଜି ତାଙ୍କ ଏକାଦଶହ ଅବସରରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୁର୍ବତନ ବିଧାୟକ ଭାଗିରଥୀ ସେଠୀ, ମାୟାଧର ଜେନା, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ଵାଳ, କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ, ବାଣୀବିହାର ର ପୂର୍ବତନ ସଭାପତି ମନୋଜ କର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସ୍ବର୍ଗତ ପରୀକ୍ଷିତ ସାହାଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କର ଚିନ୍ତା ଚେତନା, ଇଚ୍ଛା ଅଭୀପ୍ସା, ମୂଲ୍ୟବୋଧ, ସକାରାତ୍ମକ ଭାବନା ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ। ପୁଅ ଅରୁଣ ସାହା, ଅକ୍ଷୟ, କବି, ଅମର ସାହା,  ଡକ୍ଟର ପ୍ରଜ୍ଞା ପାରମିତା ଜେନା, କମଳିନୀ କବି, ଲିପିକା ରାଉତ, ଝିଅ ଅନିତା ସାହା, ଜ୍ବାଇଁ ବିନୋଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଆଖପାଖ ଅଞ୍ଚଳର ଶହ ଶହ ଲୋକ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ