ସାଇ ସଙ୍ଗଠନର ଗୋସମ୍ବର୍ଦ୍ଧନା ଉତ୍ସବ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସତ୍ୟ ସାଇ ସେବା ସମିତି ଆଗରପଡା ଆନୁକୂଲ୍ୟରେ ଆଡିଆ ଭଜନ ମଣ୍ଡଳୀ ପକ୍ଷରୁ ଗୋସମ୍ବର୍ଦ୍ଧନା ଉତ୍ସବ ଏବଂ ସତ୍ୟସାଇ ପ୍ରେମତରୁ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭଗବାନ ସତ୍ୟସାଇ ବାବାଙ୍କ ୧୦୦ତମ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରେମତରୁ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କରାଯାଉଛି । କାର୍ଯ୍ୟକ୍ରମରେ ସାଇ ଜିଲା ଭଦ୍ରକ-୧ର ପ୍ରେମତରୁ ସଂଯୋଜକ ଲଲାଟେନ୍ଦୁ ରାଉତ, ଆଗରପଡା ସମିତିର ଆବାହକ ଅରୁଣ କୁମାର ସାହୁ, ଆଡିଆ ଭଜନ ମଣ୍ଡଳୀର ଆବାହକ ପ୍ରସନ୍ନ କୁମାର ସେଠୀ, ବୈଦେହୀ ସାହୁ, ସିଲୁ ଜେନା, କାର୍ତ୍ତିକ ବିନ୍ଧାଣୀ, ମଞ୍ଜୁଲତା ବିନ୍ଧାଣୀ, ସସ୍ମିତା ଜେନା, ମାମା ବିନ୍ଧାଣୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ