ଶାଳକଣିଆ ଦୈତାରୀ ପାତ୍ର ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ହାଟଡିହି (ଓ୍ବାଇଏନଏସ): ଗତ ୨୦୨୧ରେ ନନ୍ଦିପଦା ଥାନା ଶାଳକଣିଆ ଗ୍ରାମରେ ଘଟିଥିବା ବହୁ ଚର୍ଚିତ ଦୈତାରୀ ପାତ୍ର ହତ୍ୟାକାଣ୍ଡ ଘଟଣାରେ ଭାଗିରଥି ଜେନା ଓ ସହଦେଵ ଜେନା ଦୁଇ ଅଭିଯୁକ୍ତଙ୍କୁ ୧୦ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇ ଛନ୍ତି ଆନନ୍ଦପୁର ର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେବଦତ୍ତ ଦାସ ମହାପାତ୍ର। ଏଥି ସହିତ ଦଶ ହଜାର ଟଙ୍କାର ଜୋରିମାନା ଓ ଅନାଦେୟ ଅଧିକ ତିନିମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୧ ମସିହା ଜୁନ ମାସରେ ଗ୍ରାମର ଅଶୋକ ପାତ୍ର ନିଜ ଘରକୁ ଫେରୁଥିବା ବେଳେ ରାସ୍ତା କଡରେ ଥିବା ଆନନ୍ଦ ଜେନାଙ୍କ ଘରେ ପାଟିତୁଣ୍ଡ ଶୁଣି ସେଠାକୁ ଯାଇ ତାଙ୍କ ପୁଅ  ଭାଗିରଥି ଜେନାଙ୍କୁ ରଜରେ କାହିଁକି ପାଟିତୁଣ୍ଡ ଲାଗୁଛ ବୋଲି କହିଥିଲା। ଏହାକୁ ନେଇ ଭାଗିରଥି ସହିତ ଯୁକ୍ତିତର୍କ ହୋଇଥିଲା। ଭାଗିରଥି ଜେନା, ସହାଦେବ ଜେନାଙ୍କ ସମେତ ତାଙ୍କ ପରିବାର ଲୋକେ ବିଭିନ୍ନ ମାରଣାସ୍ତ୍ର ଧରି ଅଶୋକକୁ  ସଂଘବଦ୍ଧ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ। ନିକଟରେ ବସିଥିବା ଅଶୋକର ଭାଇ ଦୈତାରୀ ଏହାର ବିରୋଧ କରିବାରୁ ସେମାନେ ଦୈତାରୀଙ୍କୁ ଆକ୍ରମଣ କରିଥିଲେ। ପରେ ଦୈତାରୀଙ୍କ ପରିବାର ଲୋକ ଙ୍କୁ ମଧ୍ୟ ଛାଡି ନଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଦୈତାରୀ ଙ୍କ ମୃତ୍ୟୁ ଘଟିଥିଲା।   ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ନନ୍ଦିପଦା ଥାନା କେସ ନଂ ୮୮/୨୦୨୧ ରେ ମାମଲା ରୁଜୁ ହୋଇଥିଲା। ୨୫ ଜଣ ସାକ୍ଷୀ ଓ ୨୮ଟି ଦସ୍ତାବିଜ ଆଧାରରେ ମାନ୍ୟବର ଅଦାଲତ ମାମଲାର ବିଚାରକରି ଦୁଇ ଅଭିଯୁକ୍ତଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ